Categories: ଖେଳ

ରଞ୍ଜିତ ପତିଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): ସ୍ଥାନୀୟ ଭିନ୍‌ଟେଜ୍‌ କ୍ଲବ ପରିସରରେ ଚାଲିଥିବା ‘ଗ୍ରୀନ୍‌ ବାଇଜେ କ୍ଲାସିକ୍‌’ ଅଲ୍‌ ଓଡ଼ିଶା ସ୍ନୁକର ଚାମ୍ପିୟନଶିପ୍‌ରେ ମଙ୍ଗଳବାର ୧୧ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଚମତ୍କାର ପ୍ରଦର୍ଶନ କରି ରଞ୍ଜିତ ପତି ୩-୧ରେ ସତ୍ୟଦୀପ ଦାସଙ୍କୁ ପରାସ୍ତ କରିଛନ୍ତି। ଫଳରେ ତାଙ୍କୁ ପ୍ଲେୟର ଅଫ୍‌ ଦି ଡେ’ ବିବେଚିତ କରାଯାଇଛି। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ସିଦ୍ଧାର୍ଥ ସେନ୍‌ ୩-୦ରେ ରୁମିତ ଗୁପ୍ତା, ରଜତ ଧଳ ୩-୧ରେ ଗୁଡଓ୍ବିନ କୁଲି, ପ୍ରକାଶ ସାହୁ ୩-୦ରେ ଦେବୀ ପ୍ରସାଦ ସାହୁ, ଆକାଶ ମହାପାତ୍ର ୩-୦ରେ ପ୍ରକାଶ ସାହୁ, ଶାରଦା ବେହେରା ୩-୦ରେ ଚେତନ ଆନନ୍ଦଙ୍କୁ ହରାଇ ଦେଇଛନ୍ତି। ସେହିପରି କୁନାଲ ଅଗ୍ରଓ୍ବାଲ ୩-୧ରେ ମିଶାଲ ସ୍ବାଇଁ ଏବଂ ରାକେଶ ରୋଶନ ପ୍ରଧାନ ୩-୨ରେ ଚନ୍ଦ୍ର ପ୍ରକାଶ ମହାନ୍ତିଙ୍କୁ ହରାଇଥିବାବେଳେ ନିଶ୍ଚୟ ମିଶ୍ରଙ୍କ ବିପକ୍ଷରେ ଓ୍ବାକ୍‌ଓଭର ପାଇଛନ୍ତି ଅମିୟ ରଞ୍ଜନ ନାୟକ। ବୁଧବାର ପ୍ରତିଯୋଗିତାର ପ୍ରି-କ୍ୱାର୍ଟର ଫାଇନାଲ ଆରମ୍ଭ ହେବ। ଏଥିରେ ଆକାଶ ମହାପାତ୍ର-ଉଦ୍ଭାସ ମହାପାତ୍ର, ସୁବ୍ରତ ଦାସ-ରଜତ ଧଳ, ଜ୍ଞାନ ଶତପଥୀ-ଅସିତ ଚୌଧୁରୀ, ଶାରଦା ବେହେରା-ରାକେଶ ରୋଶନ ପ୍ରଧାନ, ସିଦ୍ଧାର୍ଥ ସେନ୍‌-ଅବିନାଶ ମହାପାତ୍ର ଏବଂ ରଞ୍ଜିତ ପତି-କୁନାଲ ଅଗ୍ରଓ୍ବାଲଙ୍କ ମଧ୍ୟରେ ମୁକାବିଲା ହେବ।

Share