Categories: ବାଣିଜ୍ୟ

ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ,୨୮।୭: ଛଟେଇ କରିବ ଆମାଜନ। ଆମେରିକାରେ ଫ୍ରେସ୍‌ ଗ୍ରୋସରୀ ଷ୍ଟୋର୍‌ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ଛଟେଇ କରାଯିବ। ଏନେଇ ଓ୍ବାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। ଅର୍ଥବ୍ୟବସ୍ଥା ବିଗୁଡ଼ୁଥିବାରୁ କମ୍ପାନୀ ନିଜର ପୁର୍ନଗଠନ ଉପରେ କାମ କରୁଛି। ଏଣୁ ଶହ ଶହ କର୍ମଚାରୀଙ୍କୁ ଛଟେଇ କରାଯିବ। ବିଶେଷ ଭାବେ ତଳ ସ୍ତରରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

ଆମାଜନ ‘ଜଷ୍ଟ ବ୍ୟାକ୍‌ ଆଉଟ’ ପ୍ରଣାଳୀ ଅନୁଯାୟୀ ନିଜର ଷ୍ଟୋରଗୁଡ଼ିକୁ ଆଧୁନିକ କରିବାର ଯୋଜନା କରୁଛି। ଏହାଦ୍ୱାରା ଅନ୍‌ଲାଇନ୍‌ କାରବାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ରିପୋର୍ଟ ଅନୁଯାୟୀ, ଆମେରିକାରେ ଆମାଜନର ୪୪ ଫ୍ରେସ ଷ୍ଟୋର ରହିଛି। ତେବେ ଛଟେଇରେ ପ୍ରଭାବିତ ହେବାକୁ ଥିବା କର୍ମଚାରୀ ଆମାଜନରେ ଅନ୍ୟ ପଦ ପାଇଁ ଆବେଦନ କରିପାରିବେ। ନଚେତ କମ୍ପାନୀ ଦେଉଥିବା କ୍ଷତିପୂରଣକୁ ଗ୍ରହଣ କରିବେ।

Share