ପଦ ଛାଡ଼ିବେ ଆମାଜନ୍‌ ସିଇଓ

ଇ-କମର୍ସ କମ୍ପାନୀ ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଆସନ୍ତା ଜୁଲାଇ ୫ରେ ସିଇଓ ପଦ ଛାଡ଼ିବେ। ବୁଧବାର ଆମାଜନ୍‌ ଶେୟାର ହୋଲ୍ଡରଙ୍କ ସହ ଏକ ବୈଠକରେ ବେଜୋସ୍‌ ଏହି ଘୋଷଣା କରିଛନ୍ତି। ୧୯୯୪ରେ ସମାନ ତାରିଖରେ ଆମାଜନ୍‌ର ପ୍ରତିଷ୍ଠା ହୋଇଥିଲା। ଆଣ୍ଡି ଜେସିଙ୍କୁ କମ୍ପାନୀର ପରବର୍ତ୍ତୀ ସିଇଓ କରାଯିବ ବୋଲି ସେ କହିଛନ୍ତି। ଜେସି ଏବେ କମ୍ପାନୀର ଓ୍ବେବ୍‌ ସର୍ଭିସ୍‌ କ୍ଲାଉଡ୍‌ କମ୍ପ୍ୟୁଟିଂ ବିଜ୍‌ନେସ୍‌ ଦାୟିତ୍ୱରେ ଅଛନ୍ତି। ସିଇଓ ପଦରୁ ହଟିବା ପରେ ବେଜୋସ୍‌ ଏକ୍‌ଜିକ୍ୟୁଟିଭ୍‌ ପଦ ସମ୍ଭାଳିବେ। ଏହା ସହ ଆମାଜନ୍‌ ହଲିଉଡ୍‌ ଷ୍ଟୁଡିଓ ଏମ୍‌ଜିଏମ୍‌କୁ ୮.୪୫ ବିଲିୟନ ଡଲାରରେ କିଣିବ ବୋଲି ଘୋଷଣା କରିଛି।

Share