ଓ୍ବାଶିଂଟନ୍,୨୩।୫: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି। ନିକଟରେ ୫୯ବର୍ଷିୟ ଜେଫଙ୍କର ଲାଉରେନ ସାନଚେଜଙ୍କ ସହ ର୍ନିବନ୍ଧ ସରିଛି।
ଦୁହେଁ ୨୦୧୮ମସିହାରୁ ପରସ୍ପରକୁ ଡେଟ୍ କରୁଥିଲେ। ୫ବର୍ଷ ଡେଟ୍ କରିବା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୯ରେ ଜେଫ୍ ତାଙ୍କ ଲଭ୍ ଲାଇଫ୍କୁ ସାର୍ବଜନୀନ କରିଥିଲେ।
୫୩ବର୍ଷିୟ ଲାଉରେନ ପୂର୍ବରୁ ମେନଷ୍ଟ୍ରିମ୍ ମିଡିଆର ସାମ୍ବାଦିକା ଥିଲେ। ସେ କିଛି ଫିଲ୍ମରେ ଅଭିନୟ କରିବା ସହ ହେଲିକପ୍ଟର ପାଇଲଟ୍ ଏବଂ ବ୍ଲାକ୍ ଓପ୍ସ ଏଭିଏଶନର ପ୍ରତିଷ୍ଠାତା ଅଟନ୍ତି। ତାଙ୍କ ଅଭିନୀତ ଫିଲ୍ମଗୁଡିକ ହେଲା, ଦି ଲଙ୍ଗଷ୍ଟେ ୟାର୍ଡ, ଦି ଡେ ଆଫ୍ଟର ଟୁମୋର, ଫାଇଟ୍ କ୍ଲବ ଏବଂ ଡେଟ୍ ୨। ଏବେ ସେ ସମାଜସେବୀ ଅଛନ୍ତି।
ଦୁହେଁ ପୂର୍ବରୁ ବିବାହିତ ଥିଲେ। ସେମାନେ ପରସ୍ପରଙ୍କ ପାର୍ଟନରଙ୍କୁ ଛାଡପତ୍ର ଦେଇସାରିଛନ୍ତି। ୨୦୧୯ରେ ଜେଫ୍ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ବିବାହର ୨୫ବର୍ଷ ପରେ ଛାଡପତ୍ର ଦେଇଥିଲେ।