୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବିତ ଉଦ୍ଧାର ହେଲେ ୪ ପିଲା, ବିମାନ ଦୁର୍ଘଟଣାରେ ଥିଲେ ନିଖୋଜ

ବଗୋଟା,୧୦।୬: ମେ’୨ରେ ଆମାଜନ ଜଙ୍ଗଲରେ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ବର୍ତ୍ତିଯାଇଥିବା ୪ ଜଣ ପିଲା ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ତେବେ ଆମାଜନ ଜଙ୍ଗଲରୁ ଉଦ୍ଧାର ହୋଇଥିବା ପିଲାମାନଙ୍କର ବୟସ ଯଥାକ୍ରମେ ୧୩, ୯, ୪ ଏବଂ ଏକ ନବଜାତ ଶିଶୁ ରହିଛନ୍ତି। ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାବୋ ପେଟ୍ରୋ ଶୁକ୍ରବାର ସୂଚନା ଦେଇଛନ୍ତି ଯେ, ଉଦ୍ଧାରକାରୀ ଟିମ୍‌ ୪ ଜଣ ପିଲାଙ୍କୁ ଆମାଜନ ଜଙ୍ଗଲରୁ ଉଦ୍ଧାର କରିଛନ୍ତି। ଏହି ସମସ୍ତ ପିଲାମାନେ ୪୦ ଦିନ ପୂର୍ବରୁ ଘଟିଥିବା ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ।

ମେ ୧ ତାରିଖରେ ୭ ଜଣଙ୍କୁ ଧରି ଯାଉଥିବା ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଭଗାଂବଶେଷ ସହ ୩ ଜଣଙ୍କ ମୃତଦେହକୁ ଠାବ କରାଯାଇଥିବା ବେଳେ ନିଖୋଜ ଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ମିଳି ପାରି ନ ଥିଲା। ଏହାପରେ ସେମାନଙ୍କ ସନ୍ଧାନ ପାଇଁ ଏକ ଟିମ ଗଠନ କରାଯାଇ ସନ୍ଧାନ କରାଯାଉଥିଲା।

Share