Categories: ବାଣିଜ୍ୟ

ଆମାଜନ ଦେଲା ବଡ ଝଟକା, ପ୍ରାଇମ୍‌ ୟୁଜର୍ସଙ୍କୁ କରିବାକୁ ହେବ ମହଙ୍ଗା ରିଚାର୍ଜ

ନୂଆଦିଲ୍ଲୀ,୧୬।୫: ଉପଭୋକ୍ତାମାନଙ୍କୁ ଏକ ବଡ଼ ଝଟକା ଦେବା ପାଇଁ ଆମାଜନ ପ୍ରାଇମ ଭିଡିଓ ପ୍ରସ୍ତୁତ ହେଉଛି, କାରଣ ଆଗାମୀ ଦିନରେ ଆମାଜନ ପ୍ରାଇମ ବ୍ୟବହାରକାରୀଙ୍କୁ ଭଲ ବିଷୟବସ୍ତୁ ଦେଖିବା ପାଇଁ ଅଧିକ ଦେୟ ଦେବାକୁ ପଡିପାରେ। ପ୍ରକୃତରେ କଥା ହେଉଛି ଡଲବି ଭିଜନ ଏଚଡିଆର ଏବଂ ଡଲବି ଆଟମୋସ ସରାଉଣ୍ଡ ସାଉଣ୍ଡ ସପୋର୍ଟ ଆମାଜନ ପ୍ରାଇମ ବେସ ସବସ୍କ୍ରିପସନ ସହିତ ପ୍ରଦାନ କରାଯିବ ନାହିଁ । ଅର୍ଥାତ୍‌ ଯଦି ଆପଣ ଆମାଜନ ପ୍ରାଇମ ଭିଡିଓ ପାଇଁ ଡଲବି ଆଟମୋସ ଏବଂ ଡଲବି ଆଟମୋସ ସରାଉଣ୍ଡ ସପୋର୍ଟ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏକ ମହଙ୍ଗା ରିଚାର୍ଜ କରିବାକୁ ପଡିବ। ଗତ ମାସରେ ଆମାଜନ ପକ୍ଷରୁ ଏହି ବେସ୍‌ ସବସ୍କ୍ରିନଶନରେ ବିଜ୍ଞାପନ କରିଥିଲା।

Share