Categories: ବାଣିଜ୍ୟ

ଘରେ ବସି ଆମାଜନ୍‌ରୁ କିଣିପାରିବେ କାର୍‌

ନୂଆଦିଲ୍ଲୀ,୧୮।୧୧: ଇ-କମର୍ସ ମିଳିତ ଆମାଜନ ସମଗ୍ର ବିଶ୍ୱରେ ବିଭିନ୍ନ ଉତ୍ପାଦ ବିକ୍ରି କରୁଛି। କମ୍ପାନୀ ନିଜର ଆରମ୍ଭ ପୁସ୍ତକରୁ କରିଥିଲା ଏବଂ ଆଜି ଆମାଜନର ନେଟୱାର୍କ ସମଗ୍ର ବିଶ୍ୱରେ ବ୍ୟାପିଛି। ଟିଭି, ସ୍ମାର୍ଟଫୋନ, ପୋଷାକ, ଫ୍ୟାଶନ ଆଇଟମ ବ୍ୟତୀତ ବର୍ତ୍ତମାନ ଆପଣ ଆମାଜନରୁ କାର୍‌ ଅର୍ଡର କରିପାରିବେ। ବାସ୍ତବରେ, କମ୍ପାନୀ ଦକ୍ଷିଣ କୋରିଆ କମ୍ପାନୀ ହୁଣ୍ଡାଇ ସହିତ ସହଭାଗୀତା କରିଛି ଏବଂ ଆସନ୍ତା ବର୍ଷ ଠାରୁ ଗ୍ରାହକମାନେ ନିଜ ପସନ୍ଦର କାର୍‌କୁ ଆମାଜନ ମାଧ୍ୟମରେ ଅର୍ଡର କରିପାରିବେ।

ଇ-କମର୍ସ ୱେବସାଇଟ ଆମାଜନ ଏବଂ ହୁଣ୍ଡାଇ କହିଛନ୍ତି ଯେ, ବର୍ତ୍ତମାନ ଏହି ସୁବିଧା ଆମାଜନ ଆମେରିକାର ଷ୍ଟୋର୍‌ରେଥିବା ଲୋକଙ୍କୁ ଯୋଗାଇ ଦିଆଯିବ। ଆସନ୍ତା ବର୍ଷର ଦ୍ୱିତୀୟାର୍ଦ୍ଧରୁ ଗ୍ରାହକମାନେ ହୁଣ୍ଡାଇ ଯାନଗୁଡ଼ିକୁ ଅନଲାଇନଡ଼ରେ ଅର୍ଡର କରିପାରିବେ। ଆମେ ଆପଣଙ୍କୁ କହିବୁ, ଆମାଜନ ପୂର୍ବରୁ କାର୍‌ ଆସେସୋରିଜ ବିକ୍ରୟ କରେ ଏବଂ ଏକ ଆମାଜନ ଭେଇକିଲ ଶୋ’ରୁମ୍‌ ସାଇଟ ଚଲାଇଥାଏ ଯାହା ନିର୍ମାତାଙ୍କୁ ବିଜ୍ଞାପନ କରିବାକୁ ଅନୁମତି ଦେଇଥାଏ । ହେଲେ କମ୍ପାନୀ ମଧ୍ୟ ଯାନ ବିତରଣ ଆରମ୍ଭ କରିବାକୁ ଯାଉଛି।

Share