Categories: ବାଣିଜ୍ୟ

ଏଫ୍‌ଆର୍‌ଏଲ୍‌କୁ ଆମାଜନ୍‌ର ଚେତାବନୀ

ନୂଆଦିଲ୍ଲୀ, ୧୪।୪: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲକୁ ଫ୍ୟୁଚର ରିଟେଲ୍‌ ଲିମିଟେଡ୍‌ (ଏଫ୍‌ଆର୍‌ଏଲ୍‌)ର ସମ୍ପତ୍ତି ବିକ୍ରିକୁ ମଞ୍ଜୁରୀ ଦେବା ସମ୍ବନ୍ଧରେ ଆସନ୍ତା ସପ୍ତାହରେ ନିଜ ଶେୟାରଧାରୀଙ୍କ ସହ ହେବାକୁ ଥିବା ବୈଠକକୁ ବିରୋଧକରି ଆମାଜନ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। କିଶୋର ବିୟାନି ଏବଂ ଅନ୍ୟାନ୍ୟ ପ୍ରମୋଟର୍ସଙ୍କୁ ଏକ ୧୬ ପୃଷ୍ଠା ବିଶିଷ୍ଠ ପତ୍ର ଦେଇ ଏହି ବୈଠକକୁ ବେଆଇନ ବୋଲି ଆମାଜନ୍‌ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଏଫ୍‌ଆର୍‌ଏଲ୍‌ରେ ନିବେଶ ସମୟରେ ୨୦୧୯ରେ ହୋଇଥିବା ଚୁକ୍ତିନାମା ଉଲ୍ଲଂଘନ ହେଉଥିବା ସହିତ ସିଙ୍ଗାପୁର ମଧ୍ୟସ୍ଥ ନ୍ୟାୟାଧିକରଣର ନିଷେଧାଦେଶ ମଧ୍ୟ ଖଣ୍ଡନ ହେଉଥିବା ଆମାଜନ୍‌ ପକ୍ଷରୁ କୁହାଯାଇଛି।

Share