Categories: ବାଣିଜ୍ୟ

ଅଂଶଧନ ଗ୍ରହଣ କରିବ ଆମାଜନ

ନୂଆଦିଲ୍ଲୀ,୨୩।୧୨: କାଟାମାରାନ୍‌ ଓ ଆମାଜନର ଯୌଥ ଉଦ୍ୟୋଗ ‘ପ୍ରିଓନି ବିଜନେସ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ସମସ୍ତ ଆବଶ୍ୟକୀୟ ନିୟାମକ ମଂଜୁରି ହାସଲ ସହ ଆମାଜନ୍‌ ଏହାକୁ ଅଧିଗ୍ରହଣ କରିବ। ୨୦୨୧ ଅଗଷ୍ଟ ୯ରେ ଦୁଇ ସହଯୋଗୀ ନେଇଥିବା ନିଷ୍ପତି ବିଷୟରେ ଘୋଷଣା କରିଥିଲେ ଯେ ବର୍ତ୍ତମାନ ଅବଧି ୨୦୨୨ ମେ’ ଶେଷ ହୋଇଯିବା ପରେ ଏହି ଯୌଥ ଉଦ୍ୟୋଗକୁ ସେମାନେ ଆଉ ଜାରି ରଖିବେ ନାହିଁ। ପ୍ରଯୁର୍ଯ୍ୟ ନିୟମ ଅନୁସାରେ ପ୍ରିଓନିରେ ଥିବା କାଟାମାରାନ୍‌ର ଅଂଶଧନ ସମେତ ସମସ୍ତ ସଂପତି ଓ ଦେୟ (ଲାଇବିଲିଟି) କୁ ଆମାଜନ୍‌ ଅଧିଗ୍ରହଣ କରିବ। ଯୌଥ ଉଦ୍ୟୋଗର ବ୍ୟବସାୟ ଏହାର ବର୍ତମାନର ପରିଚାଳନା କର୍ତୃପକ୍ଷଙ୍କ ଜରିଆରେ ପରିଚାଳିତ ହେବ ଏବଂ ନିୟାମକ ମଂଜୁରି ମିଳିଲେ ପ୍ରିଓନି ଓ କ୍ଲାଉଡ୍‌ଟେଲ୍‌ର ବୋର୍ଡ ପ୍ରଯୁର୍ଯ୍ୟ ଆଇନକୁ ପାଳନ କରି କାରବାରକୁ ସମ୍ପୂର୍ଣ୍ଣ କରିବେ।

Share