ଏଲ୍‌ ଆଣ୍ଡ ଇଏମ୍‌ ସହ ଆମାଜନ୍‌ର ବୁଝାମଣା

ଭୁବନେଶ୍ୱର,୨୮।୯: ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ (ଏଲ୍‌ ଆଣ୍ଡ ଇଏମ୍‌) ଏବଂ ଆମାଜନ୍‌ ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ପ୍ଲାଟ୍‌ଫର୍ମ (ଆମାଜନ୍‌) ନ୍ୟାଶନାଲ କ୍ୟାରିୟର ସର୍ଭିସ୍‌ (ଏନ୍‌ସିଏସ୍‌) ପୋର୍ଟଲକୁ ଉପଯୋଗ କରିବା ଲାଗି ଏଲ୍‌ ଆଣ୍ଡ ଇଏମ୍‌ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ କରିଛି। ଏହାଫଳରେ ଭାରତବ୍ୟାପୀ ରୋଜଗାର ସନ୍ଧାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆମାଜନ୍‌ ଓ ଏହାର ଷ୍ଟାଫିଙ୍ଗ୍‌ ଏଜେନ୍ସିଗୁଡିକୁ ଏନ୍‌ସିଏସ୍‌ ପୋର୍ଟାଲ ଜରିଆରେ ଜବ୍‌ ଓପ୍‌ନିଂ ପୋଷ୍ଟ କରିବା ଓ ପ୍ରାର୍ଥୀ ହାସଲ କରିବାରେ ସାହାଯ୍ୟ କରିବ। ଏହି ସହଭାଗିତା ଭାରତରେ ଉଭୟ ରୋଜଗାର ସନ୍ଧାନକାରୀ ବ୍ୟକ୍ତି ଓ ନିଯୁକ୍ତିଦାତାମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡିକୁ ସମାଧାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଲଟିବ। ଏସ୍‌ଏସ୍‌ସି ପୋର୍ଟାଲରେ ପଞ୍ଜୀକରଣ କରାଇଥିବା ନିଯୁକ୍ତି ସନ୍ଧାନକାରୀଙ୍କ ମୋଟ ସଂଖ୍ୟା ୮୭ଲକ୍ଷରୁ ଅଧିକ ଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
କେନ୍ଦ୍ରମନ୍ତ୍ରୀ ଡା. ମନ୍‌ସୁଖ ମାଣ୍ଡବ୍ୟ କହିଛନ୍ତି, ଆମେ ଏହି ମୂଲ୍ୟବାନ ସହଯୋଗୀରେ ପରିଣତ ସାଙ୍ଗକୁ ଏନ୍‌ସିଏସ୍‌ ପୋର୍ଟାଲ ସହ ଜଡ଼ିତ ହୋଇଥିବାରୁ ଆମାଜନ୍‌ ଇଣ୍ଡିଆକୁ ପ୍ରଶଂସା କରୁଛୁ। ଏପରିକି ଏହି ସହଭାଗିତା ଆମାଜନ୍‌ରେ କାର୍ଯ୍ୟ ସୁଯୋଗଗୁଡିକର ବର୍ଦ୍ଧିତ ଦୃଶ୍ୟମାନତା କ୍ଷେତ୍ରରେ ଦୀର୍ଘ ପଥ ଅତିକ୍ରମ କରିବ। ଭାରତ, ଜାପାନ ଓ ଉଦୀୟମାନ ବଜାରଗୁଡିକରେ ଆମାଜନ୍‌ ଷ୍ଟୋର୍ସର ଏଚ୍‌ଆର୍‌/ପିପୁଲ୍‌ସ ଏକ୍ସପେରିଏନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗର ଉପାଧ୍ୟକ୍ଷ ଦୀପ୍ତି ବର୍ମା କହିଛନ୍ତି, ଆମେ ଏନ୍‌ସିଏସ୍‌ର ବିସ୍ତୃତ ନେଟ୍‌ୱର୍କରେ ଆମର ପ୍ରାର୍ଥୀଙ୍କର ଅନ୍ବେଷଣକୁ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସହ ସହଭାଗିତା କରି ଉତ୍ସାହିତ ଅଛୁ। ଏପରିକି ନ୍ୟାଶନାଲ କ୍ୟାରିୟର ସର୍ଭିସ୍‌ ପୋର୍ଟାଲରେ ଆମାଜନ୍‌ରେ ନିଯୁକ୍ତି ସୁଯୋଗଗୁଡ଼ିକୁ ତାଲିକାଭୁକ୍ତ କରିବା ଦ୍ୱାରା ଭାରତବ୍ୟାପୀ ନିଯୁକ୍ତି ସନ୍ଧାନକାରୀମାନେ ଆମେ ପ୍ରଦାନ କରୁଥିବା ବିଭିନ୍ନ ପଦବୀ ପାଇଁ ପହଞ୍ଚ ହାସଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୨୮।୯: (ଅଭୟ ଦାଶ): ପାର୍ବଣ ପୂର୍ବରୁ ପାରମ୍ପରିକ ଅଳଙ୍କାରଠାରୁ ମୂଲ୍ୟବାନ୍‌ ଗହଣାର ଦାମ୍‌ ରେକର୍ଡସ୍ତରରେ ପହଞ୍ଚତ୍ଛି। ଏପରିକି ଉଭୟ ଜାତୀୟ ଓ ଘରୋଇ ବଜାରରେ ସୁନା ଦର...

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୮।୯: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର...

ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ

ଭୁବନେଶ୍ୱର,୨୮।୯: ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପିଲାମାନଙ୍କ ପାଇଁ ପୋଷଣକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ...

ଏନ୍‌ଭିସିଏଲ୍‌ର ନୁଭୋ ମାସୋନ ଶୁଭାରମ୍ଭ

ଭୁବନେଶ୍ୱର,୨୮।୯: ନୁଭୋକୋ ଭିସ୍ତାସ କର୍ପୋରେଶନ ଲିମିଟେଡ୍‌ (ଏନ୍‌ଭିସିଏଲ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ନୁଭୋ ମାସୋନ’ର ଶୁଭାରମ୍ଭ ପଶ୍ଚିମବଙ୍ଗର ପାନାଗଡ଼ଠାରେ ହୋଇଯାଇଛି। ଏପରିକି କମ୍ପାନୀର କର୍ପୋରେଟ ସୋସିଆଲ ରେସ୍‌ପନ୍ସବିଲିଟି...

Flipkart BBD Sale vs Amazon Great Indian Sale 2024: କେଉଁ ସେଲ୍‌ରେ ମିଳୁଛି ଭଲ ଅଫର୍‌, ଇଲେକ୍ଟ୍ରୋନିକ୍ସ-ଘରୋଇ ସାମଗ୍ରୀରେ ଏତେ ଡିସକାଉଣ୍ଟ…

ନୂଆଦିଲ୍ଲୀ,୨୭।୯: ପାର୍ବଣ ଋତୁ ଆରମ୍ଭ ହେବା ସହିତ ଭାରତର ଦୁଇଟି ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଏବଂ ଆମାଜନ ସବୁଠାରୁ ବଡ଼ ସେଲ୍‌ ଆରମ୍ଭ ହୋଇଛି।...

Flipkart Sale: ଶସ୍ତାରେ ମିଳୁଛି ଆଇଫୋନ୍‌ ୧୫ ପ୍ରୋ, ୩୦ହଜାର ଯାଏ ହେବ ସଞ୍ଚୟ!

ନୂଆଦିଲ୍ଲୀ,୨୭।୯: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଭାରତର ଦୁଇଟି ବଡ ଇ-ବାଣିଜ୍ୟ କମ୍ପାନୀ ଯଥା ଫ୍ଲିପକାର୍ଟ ଏବଂ ଆମାଜନ ନିଜ ନିଜ ପ୍ଲାଟଫର୍ମରେ ଫେଷ୍ଟିଭାଲ ସେଲ୍‌...

ଆଜିଓ ପ୍ଲାଟ୍‌ଫର୍ମରେ ଏଚ୍‌ ଆଣ୍ଡ ଏମ୍‌ର ଶୁଭାରମ୍ଭ

ମୁମ୍ବାଇ,୨୭।୯: ଭାରତର ପ୍ରିମିୟର ଫ୍ୟାଶନ ଇ-ଟେଲର ଆଜିଓ ପ୍ଲାଟ୍‌ଫର୍ମରେ ଫ୍ୟାଶନ ଏବଂ ଗୁଣବତ୍ତା ପାଇଁ ଜଣାଶୁଣା ପ୍ରିମିୟମ ଗାର୍ମେଣ୍ଟ ବ୍ରାଣ୍ଡ୍‌ ଏଚ୍‌ ଆଣ୍ଡ ଏମ୍‌ର ଶୁଭାରମ୍ଭ...

ସେନ୍‌ସେକ୍ସ ୮୬,୦୦୦ ଅଙ୍କର ନିକଟବର୍ତ୍ତୀ

ମୁମ୍ବାଇ,୨୭।୯: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଓ ଦରବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍‌ ମାର୍କେଟ ବେଞ୍ଚମାର୍କ (ଇକ୍ୟୁଟି ବଜାର)ର କାରବାର ବେଶ୍‌ ଉତ୍ସାହଜନକ ରହିଛି। ଏପରିକି ପୁଞ୍ଜିବଜାରର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri