Categories: ଜାତୀୟ

ନିଆରା ଢ଼ଙ୍ଗରେ ରାଫାଲକୁ ସ୍ବାଗତ ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୮: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ ହେଉଛି ରାଫାଲ। ବୁଧବାର ରାଫାଲ ଯୁଦ୍ଧ ବିମାନ ଭାରତ ମାଟିରେ ପାଦ ରଖିଛି। ଅପରାହ୍ନରେ ହରିୟାଣାର ଅମ୍ବାଲା ଏୟାରବେସରେ ରାଫାଲ ଅବତରଣ କରିଥିଲା। ଏହି ସମୟରେ ଭାରତୀୟ ବାୟୁସେନାର କେତେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବିମାନଗଡ଼ିକୁ ସ୍ବାଗତ ଜଣାଇଥିଲେ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ କରି ୫ଟି ରାଫାଲକୁ ସ୍ବାଗତ ଜଣାଇଛନ୍ତି। ସବୁଠାରୁ ବିଶେଷ କଥା ହେଲା ମୋଦି ରାଫାଲ ବିମାନର ସ୍ବାଗତ ସଂସ୍କୃତ ଶ୍ଳୋକ ଜରିଆରେ କରିଛନ୍ତି। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ କରି ରାଫାଲକୁ ସ୍ବାଗତ ଜଣାଇଛନ୍ତି। ସେ କହିଛନ୍ତି, ଶକ୍ତିଶାଳୀ ବାୟୁସେନା ପାଇଁ ଆଜି ଐତିହାସିକ ଦିନ ଏବଂ ଦେଶ ପାଇଁ ଏହା ଏକ ଗୌରବର ମୂହୁର୍ତ୍ତ।

Share