Advertisement

ଅମ୍ବାନୀ ପରିବାର ବିବାହ ଉତ୍ସବରେ ଆଜି ଯୋଗ ଦେବେ ବିଶ୍ୱର ନାମୀଦାମୀ ବ୍ୟକ୍ତି, ତାଲିକାରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୨ା୭: ଜୁଲାଇ ୧୨ ଅର୍ଥାତ୍‌ ଆଜି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ଏହି କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଅନୁଷ୍ଠିତ ହେବ। ଅମ୍ବାନୀ ପରିବାର ଦେଶ ତଥା ବିଶ୍ୱର ବହୁ ସେଲିବ୍ରିଟିଙ୍କୁ ଆମନ୍ତ୍ରଣ କରିଛନ୍ତି। କେବଳ ବଲିଉଡ୍‌ର ସେଲିବ୍ରିଟି ନୁହନ୍ତି, ଅନନ୍ତ-ରାଧିକାଙ୍କ ବିବାହରେ ହଲିଉଡ୍‌ର ସେଲିବ୍ରିଟି ମଧ୍ୟ ଯୋଗ ଦେବେ। ଅନନ୍ତ-ରାଧିକାଙ୍କ ବିବାହ ୩ ଦିନ ପର୍ଯ୍ୟନ୍ତ ଚାଲିବ। ୧୨ରେ ଶୁଭ ବିବାହ। ଏହା ପରେ ୧୩ ଜୁଲାଇରେ ଶୁଭ ଆଶୀର୍ବାଦ ଏବଂ ୧୪ ଜୁଲାଇରେ ରିସେସ୍ପନ ହେବ।
ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଏବଂ ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନଙ୍କ ପରି ବହୁ ବିଦେଶୀ ପ୍ରତିନିଧି ଏହି ବିବାହ ଉତ୍ସବରେ ଯୋଗଦେବେ। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର , ବ୍ରିଟେନ ପୋଡ୍‌କାଷ୍ଟର ଜେ ଶେଟ୍ଟୀ, ସ୍ବିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲଡଟ, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାରପର୍‌, ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଏବଂ ଫିଫା ରାଷ୍ଟ୍ରପତି ଜିଆନି ଇନ୍‌ଫାଣ୍ଟିନୋ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share