ଏହି କମ୍ପାନୀରେ କାମ କରୁଛନ୍ତି ଅମ୍ବାନୀଙ୍କ ବୋହୂ ରାଧିକା, କମାଉଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୭: ଏସିଆର ୧୧ତମ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବାହାଘର ହେବାକୁ ଯାଉଛି। ଅନନ୍ତ ଅମ୍ବାନୀ, ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଶୁକ୍ରବାର ହେବାକୁ ଯାଉଥିବା ବିବାହ ସମାରୋହ ପାଇଁ ବହୁ ଶିଳ୍ପପତି, ବ୍ୟବସାୟୀ, ଅଭିନେତା ଓ ରାଜନେତାମାନେ ମୁମ୍ବାଇରେ ଭିଡ ଜମାଇଲେଣି। କୁହାଯାଉଛି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମ୍ବାନୀ ପରିବାରର ଅତିଥି ଭାବେ ଯୋଗ ଦେଇପାରନ୍ତି। ରାଧିକା ଏବେ ଗୋଟିଏ କମ୍ପାନୀରେ ପଦସ୍ଥ ଅଛନ୍ତି। ତେବେ ଆପଣ ଜାଣନ୍ତି କି, ଅମ୍ବାନୀଙ୍କ ସାନବୋହୂ କେଉଁ କାମ କରନ୍ତି ଆଉ କେତେ ଦରମା ପାଆନ୍ତି।

୨୯ ବର୍ଷିୟ ରାଧିକା ୧୯୯୪ ଡିସେମ୍ବର ୧୮ରେ ଜନ୍ମଗ୍ରହଣ କରିଛନ୍ତି। ସେ ଭିରେନ ମର୍ଚାଣ୍ଟ ଏବଂ ଶୈଲା ମର୍ଚାଣ୍ଟଙ୍କ ଝିଅ ଅଟନ୍ତି। ଭିରେନ ମର୍ଚାଣ୍ଟଙ୍କ ବିଷୟରେ କହିବାକୁ ଗଲେି ସେ ବିଶ୍ୱ ଫାର୍ମାସ୍ୟୁଟିକାଲ ମ୍ୟାନୁଫ୍ୟାକଚର ‘ଏନକୋର ହେଲଥ କେୟାର’ର ସିଇଓ ଅଟନ୍ତି। ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି। ଫୋର୍ବସ ଅନୁଯାୟୀ, ନ୍ୟୁୟର୍କ ୟୁନିଭରସିଟିରେ ପଢୁଥିବା ସମୟରେ ସେ ମୁମ୍ବାଇର ସିଡର କନ୍ସଲଟାଣ୍ଟରେ ବ୍ୟବସାୟିକ ପରାମର୍ଶଦାତା ଭାବେ ଇର୍ଣ୍ଟନସିପ କରିଛନ୍ତି।

ଆମେରିକାରୁ ଭାରତ ଫେରିବା ପରେ ସେ ବିଳାସପୂର୍ଣ୍ଣ ରିଏଲ ଇଷ୍ଟେଟ କମ୍ପାନୀ ଇସ୍ପ୍ରାଭା ରେ ଯୋଗ ଦେଇଥିଲେ। ବଷେର୍ର୍ କାମ କରିବା ପରେ ସେ ଏନକୋର ହେଲଥ କେୟାରରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଏନକୋର ସ୍ବାସ୍ଥ୍ୟସେବାର ନିର୍ଦ୍ଦେଶକ ବୋର୍ଡରେ କାର୍ଯ୍ୟ କରୁଛନ୍ତି। ରାଧିକା ମଧ୍ୟ ଜଣେ ବୃତ୍ତିଗତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ସେ ମୁମ୍ବାଇର ଶ୍ରୀ ନିଭା ଆର୍ଟ ଡ୍ୟାନ୍ସ ଏକାଡେମୀର ଗୁରୁ ଭବନ ଠାକୁରଙ୍କଠାରୁ ଆଠ ବର୍ଷ ଧରି ଭାରତନାଟ୍ୟମ ଶିକ୍ଷା ଗ୍ରହଣ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଧିକା ମର୍ଚାଣ୍ଟଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୦କୋଟି ଟଙ୍କା। ତାଙ୍କର ସବୁଠାରୁ ବଡ ରୋଜଗାରର ଉତ୍ସ ହେଉଛି ତାଙ୍କ ପାରିବାରିକ ବ୍ୟବସାୟ ଏନକୋର ହେଲଥ କେୟାର। ସେ ଏହି ପାରିବାରିକ ବ୍ୟବସାୟରୁ ମଧ୍ୟ ଦରମା ପାଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri