Categories: ଫୁରସତ

ଶାନ୍ତିଦୂତ ମଣ୍ଡେଲା

ନେଲ୍‌ସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଅର୍ଥାତ୍‌ ମଣ୍ଡେଲା ଦିବସ ହେଉଛି ନେଲ୍‌ସନ ମଣ୍ଡେଲାଙ୍କ ସମ୍ମାନାର୍ଥେ ବାର୍ଷିକ ଅନ୍ତର୍ଜାତୀୟ ଦିନ, ଯାହା ପ୍ରତିବର୍ଷ ୧୮ ଜୁଲାଇ, ଶାନ୍ତିଦୂତ ମଣ୍ଡେଲାଙ୍କ ଜନ୍ମଦିନରେ ପାଳନ କରାଯାଇଥାଏ। ମିଳିତ ଜାତିସଂଘ ପକ୍ଷରୁ ନଭେମ୍ବର ୨୦୦୯ ମଣ୍ଡେଲାଙ୍କ ୯୧ତମ ଜନ୍ମଦିନରେ ଏହି ଦିବସ ପାଳନ ଲାଗି ଆନୁଷ୍ଠାନିକ ଭାବରେ ଘୋଷିତ ହୋଇଥିଲା। ଏହି ଦିବସ ପ୍ରଥମେ ୧୮ ଜୁଲାଇ ୨୦୧୦ରେ ଆୟୋଜିତ ହୋଇଥିଲା।
୨୭ ଏପ୍ରିଲ ୨୦୦୯ ରେ ନେଲ୍‌ସନ ମଣ୍ଡେଲା ଫାଉଣ୍ଡେଶନ ଗଠନ କରାଯାଇଥିଲା। ମଣ୍ଡେଲା ଦିବସ ଏକ ସାଧାରଣ ଛୁଟି ଭାବରେ ନୁହେଁ, ବରଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲ୍‌ସନ ମଣ୍ଡେଲାଙ୍କ ସମାଜ ସେବା ମାଧ୍ୟମରେ ତାଙ୍କର ମୂଲ୍ୟବୋଧକୁ ସମ୍ମାନିତ କରିବାର ଦିନ ଭାବରେ ଉଦ୍ଦିଷ୍ଟ।
ମଣ୍ଡେଲା ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଆହ୍ବାନ, ଯାହାକି ଏହି ଧାରଣାକୁ ପ୍ରୋତ୍ସାହିତ କରେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ବିଶ୍ୱକୁ ପରିବର୍ତ୍ତନ କରିବାର ଶକ୍ତି ଅଛି। ତେବେ ଏହାର ପ୍ରଭାବକୁ ବ୍ୟାପକ କରିବା ଜରୁରୀ।

Share