ନୂଆ ରୂପରେ ଫେରିବ ଆମ୍ବାସଡର କାର

ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା । ଏବେ କୋଲକାତାରେ କମ୍ ପରିମାଣରେ ଆମ୍ବାସଡର କାରକୁ ଟ୍ୟାକ୍ସି ରୂପେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । ହେଲେ ଅନୁମାନ କରାଯାଉଛି କି ଖୁବଶୀଘ୍ର ଆମ୍ବାସଡ଼ର କାର ନୂଆ ରୂପରେ ଭାରତୀୟ ସଡକରେ ପୁଣିଥରେ ଦୌଡିବ ହେଲେ ସମ୍ପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ ସେଡାନ ରୂପରେ । ହିନ୍ଦୁସ୍ତାନ ମୋଟର୍ସ ଲିମିଟେଡ ଆମ୍ବାସଡରର ନାମ ପ୍ୟୁଜେଟକୁ ୮୦ କୋଟି ଟଙ୍କାରେ ବିକ୍ରି କରିଦେଇଥିଲା । ଏଥିରେ ବ୍ରାଣ୍ଡ ଓ ଅଧିକାର ସାମିଲ ଥିଲା । ଏବେ ଶୁଣିବାକୁ ମିଳିଛି କି ଉଭୟ ସହଯୋଗ କରି ଆମ୍ବାସଡର କାରକୁ ନୂଆ ଅବତାରରେ ଫେରାଇ ଆଣିବାକୁ ଯାଉଛନ୍ତି ।
ଜଏଣ୍ଟ ଭେଞ୍ଚର ପରିଣାମ ସ୍ୱରୂପ ଇଲେକ୍ଟ୍ରିକ କାର ସହ ଇଲେକ୍ଟ୍ରିକ ଟୁ ହ୍ୱିଲର ବି ଆସିବ । ଇଲେକ୍ଟ୍ରିକ୍ ଆମ୍ବାସଡର ମୁମ୍ବାଇରେ ତିଆରି କରାଯାଇପାରେ, ସେଉଁଠାରେ ଅତୀତରେ ମିସ୍ତୁବିଶି କାର(Mitsubishi Cars) ତିଆରି କରାଯାଉଥିଲା ।

Share