Categories: ଖେଳ

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ ପରାଜିତ କରିଥିଲା। ଏଥିସହ ଚେନ୍ନାଇ ପ୍ଲେଅଫ୍‌ ଦୌଫରୁ ବାଦ୍‌ ପଡ଼ିଥିଲା। ଏହାକୁ ନେଇ ପ୍ରଶଂସକଙ୍କ ସହ ଟିମ୍‌ର ପୂର୍ବତନ ଖେଳାଳି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସିଏସ୍‌କେ ପାଇଁ ୩ ଟ୍ରଫି ଜିତିବାରେ ସାମିଲ ଥିବା ଅମ୍ବାତି ରାୟୁଡୁ କାନ୍ଦିବାରୁ ନିଜକୁ ରୋକିପାରି ନ ଥିଲେ। ତେବେ ଆର୍‌ସିବିର ବିଜୟକୁ ସେ ସହଜରେ ଗ୍ରହଣ କରି ନ ପାରି ଦଳର ମଜା ଉଡାଇବାକୁ ପଛାଇନାହାନ୍ତି। ଏହାର ଭିଡିଓ ଭାଇରାଲ ହେଉଛି।

୨୦୧୮ରୁ ୨୦୨୩ ଯାଏ ଚେନ୍ନାଇର ଅଂଶ ଥିବା ରାୟୁଡୁ ଦଳ ହାରିଯିବା ପରେ ମୁହଁରେ ହାତଦେଇ କାନ୍ଦିବାକୁ ଲାଗିଥିଲେ। ହେଲେ ପରଦିନ ଆର୍‌ସିବିର ମଜା ଉଡାଇ ଚେନ୍ନାଇକୁ ଗୋଟିଏ ଟ୍ରଫି ପରେଡ୍‌ କରିବାକୁ ଦେଇଦେବା ଉଚିତ ବୋଲି କହିଥିଲେ।
ଦେଖନ୍ତୁ ଭିଡିଓ:

Share