କ୍ରିକେଟ ପରେ ଏବେ ରାଜନୀତିରେ ପ୍ରବେଶ କରିବେ ଅମ୍ବାତି! ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କୁ କଲେ ସାକ୍ଷାତ

ଅମରାବତୀ,୧୭।୬: ଆଇପିଏଲ ୨୦୨୩ ସିଜନ ପରେ ଅମ୍ବାତି ରାୟୁଡୁ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମରେ ଥିଲେ। କିନ୍ତୁ ବର୍ତ୍ତମାନ ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଅମ୍ବାତି ଆନ୍ଧ୍ରପ୍ରଦେଶର କୃଷ୍ଣ କିମ୍ବା ଗୁଣ୍ଟୁର ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

ଆଇପିଏଲ ୨୦୨୩ ସିଜନ ପୂର୍ବରୁ ଅମ୍ବାତି କହିଥିଲେ, ସେ ଏହି ସିଜନ ପରେ ରାଜନୀତିରେ ଯୋଗଦେବେ। ଏଥିସହିତ ବର୍ତ୍ତମାନ ଅମ୍ବାତି ରାୟୁଡୁ ଓ୍ବାଇଏସ୍‌ଆରସିପି ପାର୍ଟିରେ ଯୋଗଦେବେ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ସେ ଓ୍ବାଇଏସ୍‌ଆରସିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌ ଜଗନ ମୋହନ ରେଡ୍ଡୀଙ୍କୁ ଦୁଇଥର ଭେଟିଛନ୍ତି।

Share