ନୂଆଦିଲ୍ଲୀ,୪।୨: ଆସନ୍ତା ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁଠାରେ ହେବାକୁ ଥିବା ଆଇପିଏଲ୍ ଅକଶନ ପ୍ରକ୍ରିୟା ଲାଗି ଗତ ସୋମବାର ଚୂଡ଼ାନ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିାଇ)। ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଭେଟେରାନ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ। ସେ ନିଜ ନାମକୁ ଉଇକେଟକିପର ବ୍ୟାଟର ଭାବେ ପଞ୍ଜୀକୃତ କରିଛନ୍ତି।
ବିସିସିଆଇ ପକ୍ଷରୁ ଆଇପିଏଲର ଅଫିସିଆଲ ଓ୍ବେବସାଇଟ୍ରେ ଖେଳାଳିଙ୍କ ତାଳିକା ପ୍ରକାଶ କରାଯାଇଛି। ଏଥିରେ ସେ ନିଜକୁ ଉଇକେଟକିପର ବ୍ୟାଟର ଭାବେ ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ରେ ପଞ୍ଜୀକୃତ କରିଛନ୍ତି। ତାଙ୍କୁ ୨୦୧୮ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ୨.୨ କୋଟି ଟଙ୍କାରେ କିଣିଥିଲା। ସେତେବେଳେ ତାଙ୍କ ବେସ୍ ପ୍ରାଇସ୍ ଥିଲା ୫୦ ଲକ୍ଷ।