Categories: ଖେଳ

ଆଇପିଏଲ୍‌ରୁ ଅବସର ନେଲେ ଅମ୍ବାତି ରାୟୁଡୁ

ଅହମଦାବାଦ, ୨୮ା୫: ଚେନ୍ନାଇ ସୁପର କିଙ୍ଗ୍ସର(ସିଏସ୍‌କେ) ନିୟମିତ ସଦସ୍ୟ ଅମ୍ବାତି ରାୟୁଡୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଅବସର ଘୋଷଣା କରିଛନ୍ତି। ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ଫାଇନାଲ ତାଙ୍କ ଶେଷ ମ୍ୟାଚ ହେବ। ଇଂଲଣ୍ଡରେ ୨୦୧୯ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ନ ମିଳିବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଦୁଇବର୍ଷ ତଳେ ସେ ଘରୋଇ କ୍ରିକେଟରୁ ତାଙ୍କ ଅବସର ଘୋଷଣା କରିଥିଲେ। କିନ୍ତୁ ସେ ପରବର୍ତ୍ତୀ ସମୟରେ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ। ହାଇଦ୍ରାବାଦର ଏହି ୩୮ ବର୍ଷୀୟ ଖେଳାଳି ଏଥର ତାଙ୍କ ନିଷ୍ପତ୍ତିରେ ଆଉ ପରିବର୍ତ୍ତନ କରିବେ ନାହିଁ ବୋଲି କହିଛନ୍ତି। ଏଥର ସେ ୧୫ଟି ଗେମ୍‌ରେ ୧୩୯ ରନ୍‌ ସଂଗ୍ରହ କରିଛନ୍ତି। ସେ ତାଙ୍କ ଆଇପିଏଲ୍‌ କ୍ୟାରିୟରରେ ଦୁଇଟି ପ୍ରମୁଖ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ସିଏସ୍‌କେ ଦଳ ପାଇଁ ଖେଳିଛନ୍ତି। ଟୁର୍ନାମେଣ୍ଟର ୧୪ଟି ସିଜନରେ ସେ ୧୧ ପ୍ଲେଅଫ୍‌ ଓ ୮ ଫାଇନାଲ ଖେଳିଛନ୍ତି। ୫ଥର ଟ୍ରଫି ଜିତିଛନ୍ତି। ଆଇପିଏଲ୍‌କୁ ସେ ଭଲରୂପେ ଉପଭୋଗ କରିଥିବା କହିଛନ୍ତି।

Share