ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

ଯାଜପୁର,୧୯ା୭: ଯାଜପୁର ଜିଲା ବିଞ୍ଝାରପୁର ଥାନା ବରହମପୁର ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କ ସମେତ ତାଙ୍କର ୩ ସମ୍ପର୍କୀୟଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସା ପରେ ଧରି ଫେରୁଥିଲା। ବରହମପୁର ନିକଟରେ ଏକ ଗଛରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ପିଟି ହୋଇଯିବାରୁ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ରୋଗୀଙ୍କ ୩ ସମ୍ପର୍କୀୟଙ୍କ ସମେତ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ହୋଇଛନ୍ତି।

Share