ରୂପ୍ସା,୨।୮(ଡି.ଏନ୍.ଏ. ): ବାଲେଶ୍ୱର ୬୦ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୋଗରାଇ ଦାରୁହାରୁ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ନେଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା l ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ହେଲପର ସମେତ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ବସ୍ତା ଥାନା ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ ଓ ଟ୍ରକକୁ ଜବତ କରି ଡ୍ରାଇଭର ଏବଂ ହେଲପରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।