ଧକ୍କାଦେଲା ଆମ୍ବୁଲାନ୍ସ: ବାପାଙ୍କ ଆଗରେ ଚାଲିଗଲା ପୁଅ ଜୀବନ

ଝରିଗାଁ,୬।୭: ନବରଙ୍ଗପୁରର ଝରିଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୧୦୮ ଆମ୍ବୁଲାନ୍ସ ଧକ୍କାରେ ୮ ବର୍ଷର ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ଟାଉନ ଥାନା ମହେନ୍ଦ୍ରୀ ଗାଁ ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବାପାପୁଅ ସାଇକେଲରେ ଯାଉଥିବାବେଳେ ପଛରୁ ଆମ୍ବୁଲାନ୍ସ ଧକ୍କ୍‌ା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ କରିଛନ୍ତି।

Share