ଦଶପଲ୍ଲା,୨୬ା୫: ନୟାଗଡ଼ ଜିଲା ଦଶପଲ୍ଲାର ବାଣୀଗୋଚ୍ଛା ଥାନା କଣପାଜୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ ପ୍ରସବ କରିଥିଲେ। ଏହା ପରେ ମହିଳାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା। ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ବେଳେ ନବଜାତ ଶିଶୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଆସି ପାରି ନ ଥିଲା। ଫଳରେ ଡାକ୍ତରଖାନା ନେବାରେ ବିଳମ୍ବ ହେବାରୁ ପ୍ରସୂତିଙ୍କର ମୃତ୍ୟୁ ଘଟିଥିଲା।