ଭୁବନେଶ୍ୱର,୨୩।୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ)ର ଭୁବନେଶ୍ବର ମଣ୍ଡଳ ପକ୍ଷରୁ ବୁଧବାର କୋଣାର୍କ କ୍ୟାନ୍ସର ଫାଉଣ୍ଡେଶନ(କେସିଏଫ୍)କୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ୟୁନିଟ୍-୧ ସ୍ଥିତ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ଜୋନ୍ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏସ୍ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ଆନୁଷ୍ଠାନିକ ଭାବେ ଆମ୍ବୁଲାନ୍ସର ଚାବି କେସିଏଫ୍ର କାର୍ଯ୍ୟବାହୀ ଟ୍ରଷ୍ଟି ଅରୂପ ମୋହନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଥିଲେ।
ଏହି ଅବସରରେ ଏସ୍ବିଆଇ ମହାପ୍ରବନ୍ଧକ (ନେଟ୍ୱର୍କ-୧) ପି.ମୁରୁଗାନ, ଏସ୍ବିଆଇ ମଣ୍ଡଳ ବିକାଶ ଅଧିକାରୀ ମନୋଜ କୁମାର ସିଂ, ଭୁବନେଶ୍ବର ଜୋନ୍ ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ଝା, ବିପଣନ ଓ ପ୍ରସାରଣ ବିଭାଗ ଉପମହାପ୍ରବନ୍ଧକ ଅମରେଶ ଦାସଙ୍କ ସମେତ ଷ୍ଟେଟ ବ୍ୟାଙ୍କ ପ୍ରଶାସନିକ କାର୍ଯ୍ୟାଳୟ ଓ କେସିଏଫ୍ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟର କ୍ୟାନ୍ସର ରୋଗୀମାନଙ୍କୁ କେସିଏଫ୍ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।