ପାଟଣା, ୧।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣାବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଧୀନ ବାଲିବନ୍ଧ ଗ୍ରାମ ରାସ୍ତା ଶୋଚନୀୟ ଯୋଗୁ ରବିବାର ଏକ ଆମ୍ବୁଲାନ୍ସ କାଦୁଅରେ ଫସିି ରହିଥିଲା। ଫଳରେ ରୋଗୀଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା।
ସୂଚନା ଅନୁଯାୟୀ, ବାଲିବନ୍ଧ ଗ୍ରାମର ଜୟଶ୍ରୀ ଦାସ ନାମ୍ନୀ ଜଣେ ବୃଦ୍ଧାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସଟି କାଦୁଅରେ ଫଶି ଅଧାରେ ଅଟକି ରହିଥିଲା। ଦୀର୍ଘ ୪ ଘଣ୍ଟା ପରେ ଗ୍ରାମବାସୀଙ୍କ ସହାୟତାରେ ଏକ ଟ୍ରାକ୍ଟର ଯୋଗେ କାଦୁଅରୁ ଆମ୍ବୁଲାନ୍ସକୁ ଉଠାଯାଇଥିଲା। ପରେ ଜୟଶ୍ରୀଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।