ରୋଗୀଙ୍କୁ ନେଇ ଆସୁଥିଲା ଆମ୍ବୁଲାନ୍ସ, ଟ୍ରାଫିକ୍‌ ଜାମରେ…

କେନ୍ଦୁଝର,୨୬।୮(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମାଇନିଂ ରୋଡ୍‌ ରାସ୍ତାରେ ରବିବାର ସାରେ ଏକ ଆମ୍ବୁଲାନ୍ସ ଟ୍ରାଫିକ୍‌ ଜାମରେ ଫସିଥିଲା। ସ୍ଥାନୀୟ ଲୋକ ରାସ୍ତାରୁ ଗାଡ଼ି ହଟାଇବା ପରେ ଆମ୍ବୁଲାନ୍ସ ଯିବା ସହ ଦୀର୍ଘ ସମୟ ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ବେଆଇନ ଭାବେ ପାର୍କିଂ ବ୍ୟବସ୍ଥା ନ କରି ଦୋକାନ ଓ ଅଟାଳିକା ନିର୍ମାଣ ଯୋଗୁ କେନ୍ଦୁଝର ସହରରେ ସର୍ବାଦ ଏଭଳି ସମସ୍ୟା ଉପୁଜଛି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି କର୍ଣ୍ଣପତା କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଆମ୍ବୁଲାନ୍ସରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଜଣେ ଗୁରୁତର ରୋଗୀଙ୍କୁ ଆଣିବା ରାସ୍ତାରେ ମାଇନିଂ ରୋଡ୍‌ ରାସ୍ତା ଜାମରେ ଅଟକି ରହିଥିଲା। ରାସ୍ତାରେ ବିନା ପାର୍କିଂରେ ରାସ୍ତାକୁ ଲାଗି ବହୁ ସଂଖ୍ୟାରେ ବ୍ୟବସାୟିକ କୋଠା ଘର ନିର୍ମାଣ ହୋଇଛି। ଫଳରେ ଉକ୍ତ ଦୋକାନ ବଜାରକୁ ଆସୁଥିବା ଗ୍ରାହକ ରାସ୍ତା ଉପରେ ୨ ଚକିଆ, ୪ ଚକିଆ ଗାଡ଼ି ରଖୁଛନ୍ତି। ଫଳରେ ରାସ୍ତା ସଙ୍କୁଚିତ ହୋଇ ଦୈନନ୍ଦିନ ଯାତାୟାତରେ ସମସ୍ୟା ଦେଖାଦେଉଛି। ବିଶେଷ କରି ରାସ୍ତା ଦେଇ ଛାତ୍ରୀଛାତ୍ର, ପାଟଣା ଏବଂ ସାହାରପଡ଼ା ଡାକ୍ତରଖାନାରୁ ବହୁ ସଂଖ୍ୟାରେ ରୋଗୀ ଦୈନନ୍ଦିନ ଆମ୍ବୁଲାନ୍ସ ଏବଂ ଅନ୍ୟ ଛୋଟ ଗାଡ଼ିରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି। ଏଥିସହ ଅଞ୍ଚଳଟି ଏକ ଆବାସିକ ଜୋନ୍‌ ହୋଇଥିବା ସତ୍ତ୍ୱେ ପୌରପାଳିକା ପକ୍ଷରୁ ବ୍ୟବସାୟିକ କୋଠା ଘରକୁ ଅନୁମତି ଦେଉଛନ୍ତି। ବରିଷ୍ଠ ନାଗରିକଙ୍କ ଅଭିଯୋଗ ପରେ ସରକାରୀ ଜମିରେ ଦୋକାନ, ଘର ଏବଂ ବିଲ୍ଡି ପ୍ଲାନ ଉଲ୍ଲଂଘନ କରିଥିବା ଲୋକଙ୍କ ନାମରେ କେବଳ ନୋଟିସ୍‌ କରି ୧ବର୍ଷ ହେବ ପୌର ପ୍ରଶାସନ ଚୁପ୍‌୍‌ ବସିଛି। ଫଳରେ ଲାବଣ୍ୟଛକଠାରୁ ମାଇନିଂ ସ୍କୁଲ ପର୍ଯ୍ୟନ୍ତ ସବୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏ ନେଇ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ଜଟିଳ ହେବ ବୋଲି ମତପ୍ରକାଶ ପାଉଛି। ଏହାକୁ ନେଇ ସ୍ଥାନୀୟ ଲୋକେ ରବିବାର ଏସ୍‌ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri