ସଜନାଗଡ଼, ୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ହସ୍ପିଟାଲକୁ ଶୁକ୍ରବାର ପୂର୍ବାହ୍ନରେ ଜଣେ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସରେ ଅଣାଯାଉଥିବା ବେଳେ ନୀଳଗିରି ବଜାରରେ ଆମ୍ବୁଲାନ୍ସର ପଛ ଚକା ଫାଟିଯାଇଥିଲା। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ରୋଗୀ ଓ ୧୦୮ କର୍ମଚାରୀ।
ପରେ ରୋଗୀଙ୍କୁ ଚଲାଇ ଚଲାଇ ହସ୍ପିଟାଲ ନିଆଯାଉଥିବା ବେଳେ କେତେକ ଗଣମାଧ୍ୟମ ପ୍ରତିନିଧି ଦେଖିଦେବାରୁ କର୍ମଚାରୀମାନେ ନିଜ ଦୋଷ ସୁଧାରି ଷ୍ଟ୍ରେଚରରେ ନେଇଥିଲେ। ଗାଡି ଟାୟାର ଠିକ୍ ନ ଥିବା ଓ ନୂଆ ଷ୍ଟେପିନ୍ ଟାୟାର ନ ରହିବା ରୋଗୀଙ୍କ ଜୀବନ ସହିତ ଖେଳ ସହ ସମାନ। ଏହି ଘଟଣାକୁ ପ୍ରଶାସନ ଗୁରୁତର ସହ ନେବାକୁ ଦାବି ହୋଇଛି।