Categories: ଜାତୀୟ

୧୦ କିଲୋମିଟର ପାଇଁ ଆମ୍ବୁଲାନ୍ସ ନେଉଛି ୧୦ ହଜାର ଟଙ୍କା ଭଡା

ନୂଆଦିଲ୍ଲୀ,୨୦।୭: କରୋନା ସଙ୍କଟ ସମୟରେ ଆମ୍ବୁଲାନ୍ସର ଭଡାକୁ ନେଇ ଏବେ ଏମିତି ଖବର ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଏମିତିକି ଏବେ ରୋଗୀ ୧୦-୧୫ କିଲୋମିଟର ଯାତ୍ରା କରିବାକୁ ଏତେ ଟଙ୍କା ଦେଉଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ୟୁରୋପ ଯିବାକୁ ବିମାନ ଟିକେଟ କାଟି ପାରିବ। ତେବେ ଏହାକୁ ଦେଖି କିଛି ରାଜ୍ୟରେ ଆମ୍ବୁଲାନ୍ସ ଭଡା ଉପରେ କଟକଣା ଲଗାଯାଇଥିବା ବେଳେ ଆଉ କିଛି ରାଜ୍ୟରେ କିନ୍ତୁ ଏହାକୁ ଭଲ ବ୍ୟବସାୟ କରି ଦିଆଗଲାଣି। ମୁମ୍ବାଇରେ ପ୍ରାଇଭେଟ ଅପରେଟରମାନେ ଗୋଟିଏ କିଲୋମିଟରକୁ ୩ହଜାର ଟଙ୍କା ଭଡା ଆଦାୟ କରୁଥିବା ବେଳେ ଗତ ସପ୍ତାହରେ ପୁଣେରେ ଜଣେ କୋଭିଡ ରୋଗୀଙ୍କୁ ନେବାପାଇଁ ଏକ ଆମ୍ବୁଲାନ୍ସ ୭ କିଲୋମିଟରକୁ ୮ ହଜାର ଟଙ୍କା ନେଇଥିବା ଖବର ମିଳିଥିଲା। ଏହାପରେ ଏଥିରେ ମହାରାଷ୍ଟ୍ର ସରକାର ହସ୍ତକ୍ଷେପ କରିଥିଲେ। ଏବେ ହାଇଦ୍ରାବାଦରେ ୧୦ କିଲୋମିଟର ଯାତ୍ରା କରିବାକୁ ରୋଗୀଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡୁଥିବା ଜଣାପଡୁଛି। କେବଳ ସେତିକି ନୁହେଁ ବେଙ୍ଗାଲୁରୁରେ ମଧ୍ୟ ୬ କିଲୋମିଟରକୁ ଆମ୍ବୁଲାନ୍ସ ଭଡା ପଡୁଛି ୧୫ ହଜାର ଟଙ୍କା। ଏହାକୁ ଦେଖି ବିହାର, ଝାଡଖଣ୍ଡରେ ବି ପ୍ରାଇଭେଟ ଅପରେଟର ମନଇଚ୍ଛା ଭଡା ଆଦାୟ କରୁଥିବା କୁହାଯାଉଛି।

Share