ବାରଙ୍ଗ,୨୬।୧୧(ଲିଙ୍ଗରାଜ ରାଉତ): ବାରଙ୍ଗର ପ୍ରସିଦ୍ଧ କାର୍ତ୍ତିକେସ୍ବର ଭସାଣି ସୋମବାର ରାତିରେ ହୋଇଥିଲା। ତେବେ ଡିଜେର ତାଳେତାଳେ ସମସ୍ତେ ନାଚୁ ଥିବା ବେଳେ ଦେଖାଯାଇଥିଲା ଟ୍ରାଫିକ୍ ସମସ୍ୟା। ଏହି ସମୟରେ ଫସିଯାଇଥିଲା ଆମ୍ବୁଲାନ୍ସ। ଅଳ୍ପ ସମୟପାଇଁ ନୁହେଁ କି ଗୋଟିଏ ଆମ୍ବୁଲାନ୍ସ ନୁହେଁ ଭସାଣି ଚାଲିଥିବା ବେଳେ ପ୍ରାୟ ଅଧଘଣ୍ଟା ୪/୫ଟି ଆମ୍ବୁଲାନ୍ସ ଭିଡ଼ରେ ଫସିଥିବା ଦେଖିବାକୁ ମିଳିଥିଲା। ତେବେ ସବୁଠୁ ବଡ଼ କଥା ହେଉଛି ଆମ୍ବୁଲାନ୍ସରେ ରୋଗୀ ଥିବା ବେଳେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ନ ଥିଲା। ଯେମିତି ଲାଗୁଥିଲା ସଭ୍ୟସମାଜ ମାନବିକତାକୁ ହଜେଇ ଦେଇଛି।
ତେବେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୋଲିସ ପ୍ରଶାସନ କରିଥିବା ଯୋଜନା ଫେଲ ମରିଥିଲା। ଯାହାଫଳରେ ମେଢ଼ ଯାଇ ନ ପାରିବାରୁ ରାସ୍ତାରେ ମେଢ଼ ରଖି ଧାରଣା ଦେବା, ଯୁବକ ମାନଙ୍କ ମଧ୍ୟରେ ଗଣ୍ଡୋଗୋଳ ହୋଇଥିଲା।