‘ଗଦର ୩’ରେ ନଜର ଆସିବେନି ଅମିଷା ପଟେଲ, କହିଲେ କାରଣ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଭଲ ବ୍ୟବସାୟକରିପାରିଛି। ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅମିଶା ଏବଂ ସନି ଦେଓଲଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଏହାର ସଫଳତା ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ନିର୍ମାତା ଏହାର ପାର୍ଟ ୩ ମଧ୍ୟ ପ୍ରସ୍ତୁତ କରିବେ। କିନ୍ତୁ ଏହା ଆଲୋଚନା ହେବା ପୂର୍ବରୁ ଫ୍ୟାନ୍ସଙ୍କ ମନ ଭାଙ୍ଗିବା ସହ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ଅମିଷା ପଟେଲ ଓରଫ ସକିନା।

ଅମିଶା କହିଛନ୍ତି, ନିର୍ଦ୍ଦେଶକ ଅନିଲ ଶର୍ମା ଏତେ ସ୍ମାର୍ଟ ଥିଲେ ଯେ ତାଙ୍କ ପ୍ରଥମ ଫିଲ୍ମ ଜିନିୟସ ବକ୍ସ ଅଫିସରେ ଫ୍ଳପ ହେବାରୁ, ଗଦର-୨ର ସଫଳତାରେ ତାରା-ସାକିନାଙ୍କ ଲୁଚେଇ ରଖିଲେ। ତେଣୁ ପାର୍ଟ ୩ରେ ନିର୍ମାତା ଯବି ତାରା-ସକିନାଙ୍କ ଏକାଠି ଅଧିକ ସମୟ ସ୍କ୍ରିନରେ ନ ରଖିବେ ତେବେ ମୁଁ ପରବର୍ତ୍ତୀ ଫିଲ୍ମରେ ଅଭିନୟ କରିବାକୁ ମନା କରିଦେବି।

Share