ଠକେଇ ମାମଲାରେ ରାଞ୍ଚି କୋର୍ଟରେ ହାଜର ହେଲେ ଅମିଷା, ନିଜକୁ କହିଲେ ନିର୍ଦ୍ଦୋଶ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଆଜିକାଲି ବଡ ପରଦାକୁ ଫେରିବା ପାଇଁ ପ୍ରସ୍ତୁତ କରୁଛନ୍ତି। ଦୀର୍ଘ ଦିନ ପରେ ଅମିଷାଙ୍କୁ ଫିଲ୍ମ ‘ଗଦର-୨’ରେ ଦେଖିବାକୁ ମିଳିବ। କିନ୍ତୁ ଏହା ବ୍ୟତୀତ ଆମିଷଙ୍କ ବିରୋଧରେ ଚେକ ବାଉନ୍ସ ମାମଲା ଚାଲିଛି। ଯାହାକୁ ନେଇ ସେ ପ୍ରାୟତଃ କୋର୍ଟକୁ ଯାଉଥିବା ନଜର ଆସିଛନ୍ତି। ନିକଟରେ ଅଭିନେତ୍ରୀ ରାଞ୍ଚି ସିଭିଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ, ଆଜି ପୁଣି ସେ ସେଠାରେ ହାଜର ହୋଇଥିବା ଜଣାପଡିଛି।

ନିକଟରେ ଅମିଷା ପଟେଲ ରାଞ୍ଚି ସିଭିଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଯେଉଁଠାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। କିନ୍ତୁ ସୋମବାର ପୁଣିଥରେ ଅଭିନେତ୍ରୀଙ୍କୁ ଏହି ମାମଲାରେ କୋର୍ଟରେ ହାଜର ହେବାକୁ ପଡିଥିଲା। ଏହି ହାଜର ହେବା ସମୟରେ ଅମିଷା ପଟେଲ ଚେକ ବାଉନ୍ସ ମାମଲାରେ ନିଜକୁ ନିର୍ଦ୍ଦୋଶ ବୋଲି କହି ସିନିୟର ଡିଭିଜନ ଜଜ ଡି.ଏନ ଶୁକ୍ଲାଙ୍କ ଆଗରେ ନିଜର ଯୁକ୍ତି ରଖିଥିଲେ। ସୂଚନାଯୋଗ୍ୟ, ଏହି ମାମଲା ୨୦୧୮ର, ଯେତେବେଳେ ଅଜୟ କୁମାର ସିଂ ତାଙ୍କ ବିରୋଧରେ ଠକେଇ ଏବଂ ଚେକ ବାଉନ୍ସ ମାମଲା ଦାୟର କରିଥିଲେ।

Share