ସଲମାନଙ୍କ ସହ ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ସପ୍ତାହ ଧରି ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ରଖିଛନ୍ତି ପ୍ରଶଂସକ। ସେ ଗୋଟିଏ ପରେ ଗୋଟିଏ ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କରି ଚାଲିଛନ୍ତି। ଆଜିର ସେଲିବ୍ରିଟିମାନେ ଏହି ଥ୍ରୋବ୍ୟାକ୍‌ ଫଟୋଗୁଡ଼ିକ ଶେୟାର କରି ପୁରୁଣା ସ୍ମୃତିକୁ ତାଜା କରୁଛନ୍ତି। ଏଥିସହିତ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ବିଷୟରେ ବହୁତ କିଛି ଜାଣି ପାରୁଛନ୍ତି। ଅମିଷା ରବିବାର ସଲମାନ ଖାନଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ସଲମାନଙ୍କ ସହ ଅଭିନୟ କରୁଥିବା ନଜର ଆସିଛନ୍ତି।

ଅମିଷାଙ୍କୁ ଏକ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିବାବେଳେ ସଲମାନଙ୍କୁ ନାଲି ରଙ୍ଗର ଏକ ପ୍ୟାଣ୍ଟ ଏବଂ କଳା ନାଲି ମିଶା ଜ୍ୟାକେଟରେ ଦେଖିବାକୁ ମିଳିଛି। ଉଭୟ ଏକ ଗୀତରେ ଅଭିନୟ କରୁଛନ୍ତି। ଏହି ଫଟୋ ଶେୟାର କରି ଅମିଷା କ୍ୟାପଶନ ଲେଖିଛନ୍ତି, ‘ସଲମାନ ଖାନ ଏବଂ ମୁଁ .. ମୋର ପ୍ରଥମ ବିଶ୍ୱ ଭ୍ରମଣ। ନ୍ୟୁୟର୍କରେ ଏହା ଆମର ପ୍ରଦର୍ଶନ ଥିଲା।

ଅମିଷା ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ସୁପରକୁଲ୍‌ ସଲମାନ। ହେୟାର ଲୁକ ସେଟିଂ କରି ଏକ ସୁପର କୁଲ ନୂଆ ଟ୍ରେଣ୍ଡ କରିଥିଲେ। ଆମେ ଏହି ଯାତ୍ରା ପାଇଁ ବ୍ଲୋଣ୍ଡ ଷ୍ଟ୍ରିକ୍ସ ଏବଂ ରକଷ୍ଟାର ସ୍ପାଇକ ସହିତ ୫୦ ଦିନ ପାଇଁ ଆମେରିକା ଏବଂ କାନାଡା ବୁଲିଥିଲୁ। ତାଙ୍କର ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।

Share