ଅମିଶାଙ୍କ ବୋଲ୍ଡ ଲୁକ୍‌

ମୁମ୍ବାଇ:ବଲିଉଡ୍ ନାୟିକା ଅମିଶା ପଟେଲ ଏବେ ଯଦିଓ ବଡ ପରଦାରୁ ଦୂରେଇ ରହିଛନ୍ତି ହେଲେ ଏହି ନାୟିକା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଅମିଶା ନିଜ କ୍ୟାରିୟର ସହ ପର୍ସନାଲ ଲାଇଫକୁ ନେଇ ବି ଆସିଥାଆନ୍ତି ଚର୍ଚ୍ଚାକୁ । କେବେ ବିକ୍ରମ ଭଟ୍ଟଙ୍କ ସହ ରିଲେଶନସିପକୁ ନେଇ ତ ପୁଣି କେବେ ମାତାପିତାଙ୍କ ସହ ମନୋମାଳିନ୍ୟକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ଅମିଶା । ଏବେ ସେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ତାହା ତାଙ୍କର ଗ୍ଲାମରସ ଫଟୋକୁ ନେଇ । ନିକଟରେ ପ୍ରଶଂସକଙ୍କ ପାଇଁ ଅମିଶା ତାଙ୍କ ଇନଷ୍ଟାଗ୍ରାମରେ ବେଶ୍ ବୋଲ୍ଡ ଫଟୋ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ କହିଛନ୍ତି, ଲାଗୁଛି ଗରମ ଏବେ ତା’ର ଚରମ ସୀମାରେ ପହଞ୍ଚିଛି । ଅମିଶା ତାଙ୍କର ବୋଲ୍ଡ ଫଟୋ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି ସମର ହଲିଡେ ଭାଇବ୍ସ, ମେଜର ମିଶିଂ, କୌନ କୌନ ସମର ଭ୍ୟାକେଶନ ଚାହତା ହୈ । ଏହାସହ ଏକ ବୁମରାଙ୍ଗ ଭିଡିଓ ବି ଶେୟାର କରିଛନ୍ତି ଅଭିନେତ୍ରୀ । ଏହି ଭିଡିଓ ଶେୟାର କରିବା ସହ ସମସ୍ତଙ୍କ କୋଭିଡ ଫ୍ରି ଭବିଷ୍ୟତ କାମନା କରିଛନ୍ତି । ତେବେ ଅମିଶାଙ୍କ ବୋଲ୍ଡ ଲୁକ୍ ଦେଖି ତାଙ୍କ ପ୍ରଶଂସକ ପ୍ରଶଂସା କରିବାକୁ ଥକି ପଡି ନାହାନ୍ତି । କେହି କେହି କହିଛନ୍ତି ଗ୍ରୀଷ୍ମ ତା’ର ପ୍ରଚଣ୍ଡ ରୂପ ଦେଖାଉଛି ।

Share