ଟମ କ୍ରୁଜଙ୍କୁ ବାହା ହେବାକୁ ଚାହାନ୍ତି ଅମିଶା ପଟେଲ

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟିକା ଅମିଶା ପଟେଲ। ସେ ତାଙ୍କ ଗ୍ଲାମର ଓ ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ସୋସିଆଲ ମିଡିଆରେ ଥାଆନ୍ତି ଚର୍ଚ୍ଚାରେ । ଏବେ ସେ ଏମିତି ଏକ ଷ୍ଟେଟମେଣ୍ଟ ଦେଇଛନ୍ତି ଯାହାକୁ ନେଇ ସେ ପୁଣି ଖବରକୁ ଆସିଯାଇଛନ୍ତି। ଅଭିନେତ୍ରୀଙ୍କର ସାରା ଦେଶରେ ବହୁ ଫ୍ୟାନ ଫଲୋଇଙ୍ଗ ଥିବା ବେଳେ ସେ କିନ୍ତୁ ପଡିଯାଇଛନ୍ତି ହଲିଉଡ ଅଭିନେତାଙ୍କ ପ୍ରେମରେ। ହଁ ଅମିଶା ହଲିଉଡ ଅଭିନେତା ଟମ କ୍ରୁଜଙ୍କର ଜଣେ ବହୁତ ବଡ ଫ୍ୟାନ।
୬୮ ତମ ହୁଣ୍ଡାଇ ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୩ର ରେଡ କାର୍ପେଟରେ ଯେତେବେଳେ ଅମିଶାଙ୍କୁ ପ୍ରଶ୍ନ କରାଯାଇଥିଲା କି ସେ ଅନ୍ୟ କେଉଁ ଅଭିନେତ୍ରୀଙ୍କ ସ୍ଥାନ ବଦଳାଇ ପାରିବେ କି। ଯଦି ହଁ ତେବେ ସେ କିଏ। ଏହାର ଜବାବରେ ଅମିଶା କହିଥିଲେ ସେ ଯେକୌଣସି ଅଭିନେତ୍ରୀଙ୍କ ସ୍ଥାନ ବଦଳାଇବାକୁ ଚାହିଁବେ, ଯେଉଁ ମୁଭିରେ ଟମ କ୍ରୁଜଙ୍କ ସହ ଅଭିନୟ କରିବାର ସୁଯୋଗ ମିଳିବ।
ଏଥିରୁ ସ୍ପଷ୍ଟ ହୋଇଥିଲା କି ସେ ଟମ କ୍ରୁଜଙ୍କର ବହୁତ ବଡ ଫ୍ୟାନ। ଅଭିନେତ୍ରୀ ଆହୁରି ମଧ୍ୟ କହିଥିଲେ କି ଯଦି ସୁଯୋଗ ମିଳିବ ତେବେ ସେ ଟମ କ୍ରୁଜଙ୍କୁ ବିବାହ କରିବାକୁ ଚାହିଁବେ। ଅଭିନେତ୍ରୀଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share