‘ଗଦ୍ଦର ୩’କୁ ନେଇ ପ୍ରତିକ୍ରିୟା ରଖିଲେ ଅମିଶା

ମୁମ୍ବାଇ: ବଲିଉଡର ଅଗାଧାଡିର ନାୟକ ସନ୍ନି ଦଓ୍ବେଲ ଓ ଆଗଧାଡିର ନାୟିକା ଅମିଶା ପଟେଲଙ୍କ ଅଭିନୀତ ମୁଭି ‘ଗଦ୍ଦର ୨’ ବକ୍ସ ଅଫିସରେ ତହଲକା ମଚାଉଛି। ଫିଲ୍ମ ଏମିତି ସକସେସ ହେବ ବୋଲି କେହି ଆଶା ବି କରି ନ ଥିଲେ। ବିଦେଶରେ ବି ଗଦ୍ଦର ୨ର ତୁଫାନ ଜାରି ରହିଛି। ସନ୍ନି ଓ ଅମିଶା ଦୁବଇରୁ ଲଣ୍ଡନ ପର୍ଯ୍ୟନ୍ତ ଗଦ୍ଦର ୨ର ପ୍ରମୋଟ କରଛନ୍ତି। ଏହାତ ଏବେ ସୁପର ଡୁପର ହିଟ୍‌ ହୋଇଯାଇଛି। ହେଲେ ଏବେ ଦର୍ଶକ ଅପେକ୍ଷା କରିଛନ୍ତି ‘ଗଦ୍ଦର ୩’କୁ। ଏହାକୁ ନେଇ ଅଭିନେତ୍ରୀ ଏକ ଇଣ୍ଟରଭ୍ୟୁରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

ଅମିଶା କହିଛନ୍ତି ‘ଗଦ୍ଦର ୩’କୁ ନେଇ ମୋ ପାଖରେ କିଛି ଆଇଡିଆ ନାହିଁ। ଏ ସର୍ମ୍ପକରେ କଥା ହେବା ଏବେ ଜଲଦବାଜି ହୋଇପାରେ। ଦର୍ଶକେ ଏବେ ଗଦ୍ଦରର ମଜା ଉଠାଉଛନ୍ତି। ଏବେ ଦର୍ଶକେ ଗଦ୍ଦର ୨ର ପ୍ରେମରେ ପଡିଯାଇଛନ୍ତି। ତେଣୁ ଏବେ ଏହା ପୁଣିଥରେ ଇତିହାସ ରଚିବାକୁ ଯାଉଛି। ତେଣୁ ମୋତେ ଲାଗୁ ନାହିଁ କେହି ଏବେ ଗଦ୍ଦର ୩କୁ ନେଇ କିଛି ଚିନ୍ତା କରିଥିବେ।
ଅଭିନେତ୍ରୀ କହିଛନ୍ତି ଦେଶରେ ଏବେ ଗଦ୍ଦର ୨ର ସୁନାମି ଚାଲିଛି। ସମସ୍ତେ ଏବେ ତାରା ସିଂ ଓ ସକିନାକୁ ଏକାଠି ଦେଖିବାକୁ ଉତ୍ସାହିତ ଅଛନ୍ତି। ଫିଲ୍ମକୁ ନେଇ ମିଳିଥିବା ରିଭ୍ୟୁ ବିଷୟରେ ବି ଅମିଶା କଥା ହୋଇଛନ୍ତି। ସେ କହିଛନ୍ତି, ଲୋକେ ଗଦ୍ଦର ୨ରେ ତାଙ୍କୁ ଏବଂ ସନ୍ନିଙ୍କୁ ଅଧିକ ସମୟ ସ୍କ୍ରିନରେ ଦେଖିବାକୁ ଚାହୁଁଥିଲେ।

Share