Posted inଜାତୀୟ

ସିଡ଼ିଏସ୍‌ ନିଯୁକ୍ତି ନିୟମରେ ସଂଶୋଧନ, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି…

ନୂଆଦିଲ୍ଲୀ, ୭।୬ : ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚି ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ନିଯୁକ୍ତି ସହ ଜଡିତ ଥିବା ତିନି ପ୍ରତିରକ୍ଷା ବାହିନୀ ପାଇଁ ନିୟମକୁ ସଂଶୋଧନ କରିବା ଲାଗି ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛି। ସଂଶୋଧନ ପରେ, ସିଡିଏସ ନିଯୁକ୍ତି ପାଇଁ ଲୁଟନାଟ୍‌ ଜେନେରାଲ ପଦବୀ ସହ ସମାନ କିମ୍ବା ସାଧାରଣ ସମାନ ଭାବରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ନାମ ସରକାର ସିଡିଏସ୍‌ ପଦବୀ ପାଇଁ ବିଚାର କରିପାରନ୍ତି।

ଏହା ବ୍ୟତୀତ, ଲ୍ୟୁଟନାଟ୍‌ ଜେନେରାଲ କିମ୍ବା ଜେନେରାଲ ପଦରେ ଅବସର ନେଇଥିବା କିନ୍ତୁ ନିଯୁକ୍ତି ତାରିଖ ଅନୁଯାୟୀ ୬୨ ବର୍ଷରୁ କମ ବୟସର ଅଧିକାରୀଙ୍କ ନାମ ମଧ୍ୟ ଏନେଇ ବିଚାର କରାଯାଇପାରେ। ସ୍ଥଳସେନା, ନୌସେନା ଏବଂ ବାୟୁସେନା ସେବା ଅଧିନିୟମରେ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି ଏବଂ ଏହାର ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। କେନ୍ଦ୍ର ସରକାର ବର୍ତ୍ତମାନ ଲ୍ୟୁଟନାଟ୍‌ ଜେନେରାଲ କିମ୍ବା ଜେନେରାଲ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ପଦରୁ ଜଣେ ଅବସରପ୍ରାପ୍ତ ଅଧିକାରୀ ମଧ୍ୟ କରିପାରିବେ।

ତେବେ, ସିଡିଏସ୍‌ ନିଯୁକ୍ତି ପାଇଁ ୬୨ ବର୍ଷ ବୟସ ହେତୁ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ଅବସରପ୍ରାପ୍ତ ମୁଖ୍ୟ ସିଡିଏସ ପଦବୀରୁ ଏହା ଦ୍ୱାରା ଦୂରେଇ ରହି ଯାଇଛନ୍ତି। ସେନାରେ ଲ୍ୟୁଟନାଟ ଜେନେରାଲ, ବାୟୁସେନାରେ ଏୟାର ମାର୍ଶଲ ଏବଂ ନୌସେନାର ଭାଇସ ଆଡମିରାଲ ୬୦ ବର୍ଷ ବୟସରେ ଅବସର ନେଇଥାନ୍ତି। ଏହି ଅଧିକାରୀମାନେ ସିଡିଏସ ପଦବୀ ଦୌଡ଼ରେ ସଂଶୋଧିତ ବିଜ୍ଞପ୍ତି ଅନୁସାରେ ଏବେ ସାମିଲ ହୋଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଠୋର ହୁଅନ୍ତୁ ଖାର୍ଗେ, ଉପଦେଶ ଦେଲେ ରାହୁଲ

ନୂଆଦିଲ୍ଲୀ,୩୦।୧୧: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସର ଶୀର୍ଷ ନେତାମାନେ ବିଚାରବିମର୍ଶ କରିଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ସଂଗଠନ ବିଷୟରେ ଆଲୋଚନା...

ଅଚାନକ ବଦଳିବ ପାଗ, ଭୟଙ୍କର ରୂପ ନେଉଛି ବାତ୍ୟା ‘ଫେଙ୍ଗଲ’, ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୩୦।୧୧: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗଲ ଏକ ଭୟଙ୍କର ରୂପ ନେଇଛି ଏବଂ ପୁଡୁଚେରୀ ନିକଟ ଉପକୂଳରେ ଏହି ବାତ୍ୟା ଧକ୍କା ହେବ। ଭାରତୀୟ ପାଣିପାଗ ବିଭାଗ...

ପାକିସ୍ତାନ ପାଇଁ ଗୁପ୍ତଚରଗିରି: ଭାରତୀୟ ଯୁବକ ଗିରଫ

ନୂଆଦିଲ୍ଲୀ,୩୦ା୧୧: ଗୁପ୍ତଚରଗିରି ଅଭିଯୋଗରେ ଭାରତୀୟ ନାଗରିକ ଦିନେଶ ଗୋହିଲଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଛି। ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା...

ସାପକାମୁଡ଼ାକୁ ସୂଚନୀୟ ରୋଗ ଘୋଷଣାକଲା କେନ୍ଦ୍ର

ନୂଆଦିଲ୍ଲୀ,୩୦ା୧୧: ଭାରତରେ ସାପକାମୁଡ଼ା ଓ ତତ୍‌ଜନିତ ମୃତ୍ୟୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନୀୟ ରୋଗ ଘୋଷଣା କରିଛି। ଦେଶରେ ବର୍ଷକୁ ୩ରୁ ୪ ନିୟୁତ ସାପ...

ମହାୟୁତି ବୈଠକ ସ୍ଥଗିତ

ମୁମ୍ବାଇ,୩୦ା୧୧: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୬ ଦିନ ବିତିଥିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଉତ୍କଣ୍ଠା ଜାରି ରହିଛି। ମହାୟୁତିର...

ଶାନ୍ତି ବଜାୟ ରଖିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦ା୧୧: ଉତ୍ତରପ୍ରଦେଶର ସମ୍ଭଲରେ ଥିବା ମୋଗଲ ଯୁଗର ଶାହି ଜାମା ମସ୍‌ଜିଦ ମାମଲାରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଓ ସର୍ଭେକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ...

ଏଣିକି ଓଟିପି ଆସିବାରେ ହେବ ବିଳମ୍ବ, ଏହି ସିମ୍‌ ରଖିଥିଲେ ଜାଣିନିଅନ୍ତୁ ବଡ଼ ନିୟମ

ନୂଆଦିଲ୍ଲୀ,୨୯।୧୧: ସାଧାରଣତଃ ମୋବାଇଲକୁ କେଇ ମିନିଟ ମଧ୍ୟରେ ଓଟିପି ଆସିଯାଏ । ଯାହା ଫଳରେ ଜଣେ ସାଧାରଣ ବ୍ୟକ୍ତି ସହଜରେ ନିଜ କାର୍ଯ୍ୟ କରିପାରେ ।...

ଦେଶର ପାଓ୍ବାରଫୁଲ ୧୦ ଡିଜି, କାଲି ହେବ ରଣନୀତି, ଶତ୍ରୁପକ୍ଷ…

ଭୁବନେଶ୍ୱର,୨୯।୧୧: ଭୁବନେଶ୍ୱରରେ ହେବ ରଣନୀତି। ସାବାଡ ହେବେ ଶତ୍ରୁ। ଟପ୍‌ ପୋଲିସ ଅଫିସରଙ୍କ ସହ ରଣନୀତି ପ୍ରସ୍ତୁତ କରିବେ ଅଜିତ ଡୋଭାଲ। ତାଙ୍କ ନାଁ ଉଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri