ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶ ମଧ୍ୟରେ ଇଜ୍ ଅଫ୍ ଡୁଇଂ ବିଜନେସ ବାଣିଜ୍ୟ ସୁବିଧାକୁ ତ୍ୱରାନ୍ବିତ କରିବା ଲାଗି କମ୍ପାନୀ ଆଇନକୁ ସଂଶୋଧନ କରିଛନ୍ତି। କମ୍ପାନୀ ଆଇନରେ ରହିଥିବା ବିଭିନ୍ନ ଆପରାଧିକ ପ୍ରସଙ୍ଗକୁ ବର୍ତ୍ତମାନ ବାଦ ଦେବା ଉପରେ ଏବେ ଜୋର ଦିଆଯାଇଛି। ଏଭଳି ଭାବେ ମୋଟ ୪୮ ଧାରା ହଟାଯିବାକୁ ପ୍ରସ୍ତାବ ରହିଛି। ଏହି ବିଲ୍କୁ ଶନିବାର ଲୋକ ସଭାର ଅନୁମୋଦନ ମିଳିଛି। ବର୍ତ୍ତମାନ କମ୍ପାନୀଗୁଡିକ କରୋନା ମହାମାରୀ ଯୋଗୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଛୋଟଛୋଟ କମ୍ପାନୀଗୁଡିକ ଲାଗି ମଧ୍ୟ ସହାୟକ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସ୍ପଷ୍ଟ କରିଛନ୍ତି। ଏହା ଦ୍ୱାରା କମ୍ପାନୀଗୁଡିକ ଉପରେ ପଡୁଥିବା ଆଇନଗତ ଚାପ ହ୍ରାସ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।