Categories: ଜାତୀୟ

ନାବାଳକ ଆଇନରେ ହେବ ସଂଶୋଧନ: ଜିଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ଶିଶୁ ସୁରକ୍ଷା ୟୁନିଟ

ନୂଆଦିଲ୍ଲୀ୧୭।୨: ନାବାଳକ ଆଇନ(ଜୁଭେନାଇଲ ଜଷ୍ଟିସ୍‌ ଲ୍‌) ଅଧିନିୟମ ୨୦୧୫ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏଥିରେ ଜିଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟଙ୍କ କ୍ଷମତାକୁ ବଢାଇ ଦିଆଯାଇଛି। ଏହି ସମ୍ପର୍କରେ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଜିଲାରେ ଜିଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ଆଇନର କାର୍ଯ୍ୟକାରିତା ପାଇଁ ଦାୟୀ ଏଜେନ୍ସିଗୁଡିକର କାର୍ଯ୍ୟ ଉପରେ ନଜର ରଖିବାର କ୍ଷମତା ପାଇବେ। ଜିଲା ଶିଶୁ ସୁରକ୍ଷା ୟୁନିଟ ଜିଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଶିଶୁ କଲ୍ୟାଣ କମିଟିର(ସିଡବ୍ଲ୍ୟୁସି) ସଦସ୍ୟ ହେବାକୁ ଥିବା ଲୋକଙ୍କ ପୃଷ୍ଠଭୂମି ଯାଞ୍ଚ କରିବା ପାଇଁ କୌଣସି ର୍ନିଦ୍ଦିିଷ୍ଟ ନିର୍ଦ୍ଦେଶ ବା ନିୟମ ନ ଥିଲା। କ୍ୟାବିନେଟ ଦ୍ୱାରା ଅନୁମୋଦନ କରାଯାଇଥିବା ସଂଶୋଧନ ଅନୁଯାୟୀ, ସିଡବ୍ଲ୍ୟୁସିର ସଦସ୍ୟ ହେବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପୃଷ୍ଠଭୂମି ଏବଂ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ ଦର୍ଶାଇଛନ୍ତି।

Share