ଏହି ପ୍ରସିଦ୍ଧ ଗାୟିକାଙ୍କୁ ଡାକ୍ତର କହିଥିଲେ, ତୁମେ ମାତ୍ର ୧୦ ମିନିଟ ପର୍ଯ୍ୟନ୍ତ ଜୀବନ୍ତ ରହିପାରିବ

ଆମେରିକାନ ଗାୟିକା ଏବଂ ଗୀତ ଲେଖିକା ଡେମି ଲୋଭାଟୋଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଆସୁଛି। ପିପୁଲ୍ସ ମାଗାଜିନ ଅନୁଯାୟୀ ଏହି ଫିଲ୍ମ ମାର୍ଚ୍ଚ ୨୩ରେ ୟୁଟ୍ୟୁବରେ ମୁକ୍ତିଲାଭ କରିବାକୁ ଯାଉଛି। ଡେମି ତାଙ୍କ ନିଶା ସେବନ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ୨୦୧୮ ଜୁଲାଇରେ ସେ ଡ୍ରଗ୍ସ ଖାଇ ଏପରି ଅବସ୍ଥାରେ ପହଞ୍ଚିଥିଲେ ଯେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ୨୮ ବର୍ଷୀୟା ଡେମି କହିଛନ୍ତି ଯେ, ନିଶା ସେବନ ହେତୁ ସେ ମୃତ୍ୟୁମୁଖରେ ପହଞ୍ଚିଥିଲେ। ଲୋଭାଟୋଙ୍କୁ ଅଧିକ ମାତ୍ରାରେ ଡ୍ରଗ୍ସ ଦିଆଯାଇ ମାରିଦେବାକୁ ଉଦ୍ୟମ କରାଯାଇଥିଲା। ସେହି ଦିନ କଥା ମନେ ପକାଇଲେ ଦେହ ଥରି ଉଠୁଛି ବୋଲି ସେ କହିଥିଲେ। ଆମେରିକାର ସାପ୍ତାହିକ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ଡେମି ଲାଭାଟୋ କହିଛନ୍ତି ଯେ ‘ଡାକ୍ତର କହିଥିଲେ ଯେ ମାତ୍ର ୧୦ ମିନିଟ ପର୍ଯ୍ୟନ୍ତ ଜୀବନ୍ତ ରହିପାରିବ। କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ମୁଁ ବଞ୍ଚିଗଲି ବୋଲି ସେ କହିଥିଲେ।

Share