ମୋଦିଙ୍କ କାର୍ଯ୍ୟକ୍ରମରେ ପରଫର୍ମ କରିବାକୁ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ମିଲବେନ

ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ସପ୍ତାହରେ ଆମେରିକାର ପ୍ରଥମ ସରକାରୀ ରାଜକୀୟ ଗସ୍ତ ସମୟରେ ଜଣାଶୁଣା ହଲିଉଡ ଅଭିନେତ୍ରୀ ତଥା ଗାୟିକା ମେରି ମିଲବେନ ନ୍ୟୁୟର୍କ ଏବଂ ୱାଶିଂଟନ ଡିସିରେ ତାଙ୍କ କାର୍ଯ୍ୟକ୍ରମରେ ପରଫର୍ମ କରିବେ। ଶନିବାର ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ମିଲବେନ(୩୮)ଜଣେ ଆଫ୍ରିକୀୟ-ଆମେରିକୀୟ ନାଗରିକ, ଜାତୀୟ ସଂଗୀତ ‘ଜନ ଗଣ ମନ…’ ଏବଂ ‘ଓମ ଜୟ ଜଗଦୀଶ ହରେ…’ ଗାଇ ଭାରତରେ ଖୁବ ଲୋକପ୍ରିୟ ହୋଇଥିଲେ।
ସୂଚନାଯୋଗ୍ୟ,, ମିଳିତ ଜାତିସଂଘ ମୁଖ୍ୟାଳୟ (UNHQ) ର ନର୍ଥ ଲନ ଠାରେ ଜୁନ ୨୧ରେ ନବମ ଆନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମିଲବେନ ଅଂଶଗ୍ରହଣ କରିବେ।

Share