ୱାଶିଂଟନ,୧୮ ।୯: କାବୁଲ ବିମାନ ବନ୍ଦରରେ ଗତ ମାସରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହି ଆତଙ୍କବାଦୀ ଆକ୍ରମଣ ଫଳରେ ସାଧାରଣ ଜନତାଙ୍କ ସମେତ ୧୨ରୁ ଅଧିକ ଆମେରିକା ସେନାଙ୍କର ବି ମୃତ୍ୟୁ ହୋଇଥିଲା । ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଆମେରିକା କାବୁଲରେ ଥିବା ଆତଙ୍କବାଦୀଙ୍କ ଶିବିରକୁ ଲକ୍ଷ୍ୟ କରି ଡ୍ରୋନରେ ଆକ୍ରମଣ କରିଥିଲା । ଏଥିରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏବେ ଆମେରିକା କହିଛି କାବୁଲ ଡ୍ରୋନ୍ ଆକ୍ରମଣରେ ୧୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ୟୁଏସ୍ ସେଣ୍ଟ୍ରାଲ କମାଣ୍ଡର ଜେନରାଲ ଫୈକ ମ୍ୟାକେଂଜି ୨୯ ଅଗଷ୍ଟରେ କାବୁଲରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିବା କହିଛନ୍ତି । ଏଥିରେ ୧୦ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ବଡ ଭୁଲ ଥିଲା । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
Posted inଅନ୍ତର୍ଜାତୀୟ