୪୦ ଛାତ୍ରଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଯଣାଗ୍ରସ୍ତ, ୨ ମୃତ, ଅନେକ ଆହତ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ନ୍ୟୁୟର୍କ ସିଟିରେ ଏକ ବସ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଛାତ୍ର ଆହତ ହୋଇଛନ୍ତି। ସିଏନଏନ ନ୍ୟୁୟର୍କ ଗଭର୍ନର କ୍ୟାଥି ହୋଚୁଲଙ୍କ ଉଦ୍ଦେଶ୍ୟରେ କହିଛି ଯେ, ୪୦ ଛାତ୍ରଙ୍କୁ ନେଇ ଯାଉଥିବା ବସ୍‌ ନ୍ୟୁ ଅରେଞ୍ଜ କାଉଣ୍ଟିରେ ୫୦ଫୁଟ୍‌ ଗଭୀର ଘାଟରେ ଖସି ପଡିଛି।

କ୍ୟାଥି ହୋଚୁଲ କହିଛନ୍ତି, ଗୁରୁବାର ଅପରାହ୍ନ ପ୍ରାୟ ୧.୧୨ ସମୟରେ ଏହି ଦୁର୍ଘଟଣା ବିଷୟରେ ଅଧିକାରୀମାନେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସର୍ବପ୍ରଥମେ ଉଦ୍ଧାର କର୍ମଚାରୀଙ୍କ ସହାୟତାରେ ଛାତ୍ରମାନଙ୍କୁ ବସ୍‌ରୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Share