ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ଜିଓପି ବିତର୍କରେ ୮ ପ୍ରାର୍ଥୀ ନେବେ ଭାଗ, ସାମିଲ ହେବେନି ଟ୍ରମ୍ପ

ଓ୍ବାଶିଂଟନ୍‌,୨୩।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆଜି ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ଜିଓପି ବିତର୍କ ହେବ। ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିତର୍କରେ ଭାଗ ନେଇ ପାରିବେ ନାହିଁ।

ପ୍ରତିନିଧୀ ମାର୍ଜୋରୀ ଟେଲର ଗ୍ରୀନ୍‌ଙ୍କ ସମେତ ଟ୍ରମ୍ପ ସମର୍ଥକମାନେ ଏହି ବିତର୍କରେ ଯୋଗଦେବେ। ରିପବ୍ଲିକାନ ଜାତୀୟ କମିଟି ଅନୁଯାୟୀ, ୮ ଜଣ ପ୍ରାର୍ଥୀ ଜିଓପି ବିତର୍କ ମଞ୍ଚରେ ଯୋଗ ଦେଇପାରନ୍ତି। ସୂଚନାଯୋଗ୍ୟ ଯେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପ ଏବଂ ଅନ୍ୟ ୧୮ ଅଭିଯୁକ୍ତ ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଟ୍ରମ୍ପଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଅଗଷ୍ଟ ୨୫ସୁଦ୍ଧା ଫୁଲଟନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ନିର୍ବାଚନ ପୂର୍ବରୁ ବିତର୍କରେ ଭାଗ ନେଇ ପାରିବେ ନାହିଁ।

Share