ୟୁକ୍ରେନ୍‌କୁ ୪୦୦ ମିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ପଠାଇବ ଆମେରିକା

ଓ୍ବାଶିଂଟନ,୨୬।୭: ପ୍ରାୟ ଦେଢ ବର୍ଷ ଧରି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଚାଲିଛି ଏବଂ ଆମେରିକା କ୍ରମାଗତ ଭାବରେ ୟୁକ୍ରେନ୍‌କୁ ସାମରିକ ସହାୟତା ପଠାଉଛି। ଏହି ସମୟରେ ଆମେରିକାର ବୈଦେଶିକ ବିଭାଗ ନୂତନ ସାମରିକ ସହାୟତା ଘୋଷଣା କରିଛି।

ୟୁକ୍ରେନ୍‌କୁ ୪୦୦ ମିଲିୟନ ଆମେରିକୀୟ ଡଲାର ସାମରିକ ସହାୟତା ପଠାଇବ ବୋଲି ଆମେରିକା ମଙ୍ଗଳବାର କହିଛି। ଏହି ସାମରିକ ସହାୟତା ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଆର୍ଟିଲିରି ଏବଂ ସଶସ୍ତ୍ର ଯାନ ପାଇଁ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ସାମିଲ ରହିଛି।

Share