ଆମେରିକା ଫେରିଲେ ଉତ୍ତର କୋରିଆରେ ଅବୈଧ ଭାବେ ପ୍ରବେଶ କରିଥିବା ସୈନିକ

ଓ୍ବାଶିଂଟନ୍‌,୨୮।୯: ଦୁଇ ମାସ ପୂର୍ବେ ଉତ୍ତର କୋରିଆରେ ଅବୈଧ ଭାବେ ପ୍ରବେଶ କରିଥିବା ଜଣେ ଆମେରିକୀୟ ସୈନିକଙ୍କୁ ବର୍ତ୍ତମାନ ମୁକ୍ତ କରାଯାଇଛି। ସେ ଗୁରୁବାର ଆମେରିକାରେ ପହଞ୍ଚିଛନ୍ତି। ଟେକ୍ସାସର ଏକ ନ୍ୟୁଜ ଷ୍ଟେଶନ ମଧ୍ୟ ଏ ସମ୍ପର୍କରେ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଦର୍ଶାଯାଇଛି ଯେ, ଟ୍ରାଭିସ କିଙ୍ଗଙ୍କୁ ସାନ ଆଣ୍ଟୋନିଓରେ ଏକ ବିମାନରୁ ଓହ୍ଲାଇଥିଲେ। ସୂଚନାଯୋଗ୍ୟ, ଉତ୍ତର କୋରିଆ ବୁଧବାର ଦେଶର ସୀମାରେ ପ୍ରବେଶ କରିଥିବା ଆମେରିକୀୟ ସୈନିକଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା।

ଏହାପୂର୍ବରୁ ନ୍ୟୁଜ ଏଜେନ୍ସି ରଏଟର୍ସ ଉତ୍ତର କୋରିଆର ଅଫିସିଆଲ ନ୍ୟୁଜ ଏଜେନ୍ସିର ଉଦ୍ଦେଶ୍ୟରେ କହିଛି ଯେ, ଆମେରିକୀୟ ସୈନିକ ଅବୈଧ ଭାବେ ଦେଶରେ ପ୍ରବେଶ କରିଥିବା ସ୍ବୀକାର କରିଛନ୍ତି। ଅଧିକାରୀମାନେ ଆମେରିକୀୟ ସୈନିକଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ପଚରାଉଚରା ସମୟରେ ଆମେରିକୀୟ ସୈନିକ ସ୍ବୀକାର କରିଛନ୍ତି ଯେ, ସେ ଅବୈଧ ଭାବେ ଉତ୍ତର କୋରିଆ ସୀମାରେ ପ୍ରବେଶ କରିଛନ୍ତି। ସେ କହିଛନ୍ତି, ସେ ଆମେରିକାର ସୈନ୍ୟବାହିନୀର ଅମାନୁଷିକ ଅତ୍ୟାଚାର ଏବଂ ଜାତିଗତ ଭେଦଭାବ ବିରୋଧରେ ଥିଲେ। ତେଣୁ ସେ ଉତ୍ତର କୋରିଆ କିମ୍ବା ଅନ୍ୟ କିଛି ଦେଶରେ ଆଶ୍ରୟ ନେବାକୁ ଚାହୁଁଥିଲେ।

Share