ମୁହାଁମୁହିଁ ହେବେ ଆମେରିକା-ରୁଷିଆ

ମସ୍କୋ,୧ା୬: ଆମେରିକା-ରୁଷିଆ ମୁହାଁମୁହିଁ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଆମେରିକା ୟୁକ୍ରେନକୁ ଉନ୍ନତ ଧରଣର ରକେଟ ସିଷ୍ଟମ ଏବଂ ଅତ୍ୟାଧୁନିକ ଗୁଳିଗୋଳା ଯୋଗାଣ ପାଇଁ ନିଷ୍ପତ୍ତି ନେଇଛି। ଫଳରେ ବୁଧବାର ରୁଷିଆ ଆମେରିକାର ତୀବ୍ର ସମାଲୋଚନା କରିଛି। ରୁଷିଆର ଏହି ମନୋଭାବ ଦୁଇ ମହାଶକ୍ତି ମଧ୍ୟରେ ସିଧାସଳଖ ମୁହାଁମୁହିଁ ହେବାର ଭୟକୁ ଆହୁରି ଗଭୀର କରିଦେଇଛି। ରୁଷିଆର ଡେପୁଟି ବୈଦେଶିକ ମନ୍ତ୍ରୀ ସର୍ଗି ରାଇବକୋଭ କହିଛନ୍ତି, ୟୁକ୍ରେନକୁ ଆମେରିକାର ସାମରିକ ସହାୟତା ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି।

ଅନ୍ୟପକ୍ଷରେ, ଆମେରିକା କହିଛି; ଏହା ଏକ ଏକ ଦୂରଗାମୀ ଅସ୍ତ୍ର। ହାଇ ମୋବିଲିଟି ଆର୍ଟିଲିରି ରକେଟ ସିଷ୍ଟମ (HIMARS) ୟୁକ୍ରେନକୁ ଦେବାକୁ ଯାଉଛି। ଏହା ଏକାଧିକ ରକେଟ ଲଞ୍ଚର।୍‌ ଯାହା ସଠିକ୍‌ ଭାବରେ ଦୀର୍ଘ ବାଟ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଆମେରିକା କହିଛି, ଏଥିରେ ୭୦୦ ମିଲିୟନ ଡଲାରର ସାମରିକ ସହାୟତା ପ୍ୟାକେଜରେ ଏହି ସିଷ୍ଟମ (HIMARS) ଅନ୍ତର୍ଭୁକ୍ତ ହେବ।

Share