ଋଷିଆ ମିଲିଟାରିକୁ ସାହାଯ୍ୟ କରୁଥିବା ଋଷିଆ-ଚାଇନା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ,୨୬।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୧୧ଟି ଚାଇନିଜ ଏବଂ ୫ଟି ଋଷିଆ କମ୍ପାନୀ ଉପରେ ବାଣିଜ୍ୟ କଟକଣା ଲାଗୁ କରିଛନ୍ତି। କମ୍ପାନୀ ମଧ୍ୟରୁ କେତେକ ଋଷିଆ ପାଇଁ ଡ୍ରୋନ ତିଆରି ଲାଗି ଆବଶ୍ୟକ ସାମଗ୍ରୀ ଯୋଗାଉଥିବା ଅଭିଯୋଗ ହୋଇଥିଲା। ଆମେରିକା, ଫଇନଲାଣ୍ଡ ଓ ଜର୍ମାନ କମ୍ପାନୀ ସମେତ ମୋଟ ୨୮ଟି ସଂସ୍ଥାକୁ ବାଣିଜ୍ୟ ତାଲିକାରେ ବ୍ଲାକଲିଷ୍ଟ କରିଛି।

ଚାଇନାର ଏସିଆ ପାସିଫିକ ଲିଙ୍କ ଲିମିଟେଡ ଏବଂ ଋଷିଆର ଏସଏମଟି-ଆଇଲଜିକ ସମେତ ନଅଟି କମ୍ପାନୀ ଋଷିଆର ଜେନେରାଲ ଷ୍ଟାଫର ମୁଖ୍ୟ ଗୁଇନ୍ଦା ସଂସ୍ଥାକୁ ଡ୍ରୋନ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Share