ୟୁକ୍ରେନକୁ ସାହାଯ୍ୟ ପାଇଁ ପୁଣି ହାତ ବଢେଇଲା ଆମେରିକା, ୧୫୦ ମିଲିୟନ ଡଲାରର ସାମରିକ ସହାୟତା କଲା ଘୋଷଣା

ଓ୍ବାଶିଂଟନ,୨୭।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧର ଅନ୍ତ କେବେ ହେବ ତାହା କେହି ଜାଣିନାହାନ୍ତି। ଯୁଦ୍ଧରେ ଆମେରିକା କ୍ରମାଗତ ଭାବରେ ୟୁକ୍ରେନକୁ ସାହାଯ୍ୟ କରୁଥିବା ବେଳେ ଗୁରୁବାର ପୁଣି ୱାଶିଂଟନ କିଭ୍‌ ପାଇଁ ନୂତନ ସାମରିକ ସହାୟତା ଘୋଷଣା କରିଛି।

ଏହି ନୂତନ ପ୍ୟାକେଜରେ ଆର୍ଟିଲିରି ଏବଂ ଛୋଟ ଅସ୍ତ୍ରଶସ୍ତ୍ର ଏବଂ ଆଣ୍ଟି ଟ୍ୟାଙ୍କ ଅସ୍ତ୍ର ଅନ୍ତର୍ଭୁକ୍ତ। ରୁଷିଆର ଆକ୍ରୋଶର ଜବାବ ଦେବା ପାଇଁ ଆମେରିକା ୟୁକ୍ରେନ ପାଇ ୧୫୦ମିଲିୟନ ଡଲାର ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି।

ସୂଚନାଯୋଗ୍ୟ, ଗତ ବର୍ଷ ଫେବୃୟାରୀରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ଯାହା ପରେ ଆମେରିକା କ୍ରମାଗତ ଭାବରେ କିଭ୍‌କୁ ସହାୟତା ଯୋଗାଉଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକା ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନକୁ ୪୩.୯ ବିଲିୟନ ଡ଼ଲାର ସହାୟତା ଯୋଗାଇ ଦେଇଛି।

Share