ସମ୍ପୂର୍ଣ୍ଣ ଟିକାକରଣର ୬ ମାସ ପୂରଣ କରିଥିବା ଲୋକଙ୍କୁ ମିଳିବ ତୃତୀୟ ଡୋଜ: ଆମେରିକା

ୱାଶିଂଟନ,୨୪ ।୯: କରୋନା ମହାମାରୀ ପାଇଁ ବୁଷ୍ଟର ଡୋଜକୁ ନେଇ ସାରା ବିଶ୍ୱରେ ଚାଲିଥିବା ବାଦବିବାଦ ମଧ୍ୟରେ ଆମେରିକା ତା’ର ନାଗରିକଙ୍କୁ ଏହି ବୁଷ୍ଟର ଡୋଜ୍ ଦେବାକୁ ଅନୁମତି ପ୍ରଦାନ କରିଛି । ମିଳିଥିବା ସୂଚନା ଅନୁଯାୟୀ, ୬୫ ବର୍ଷରୁ ଊର୍ଦ୍ଧ୍ୱ ଅବା ହସ୍ପିଟାଲରେ କାମ କରୁଥିବା ୫୪ରୁ ୬୫ ବର୍ଷର ଲୋକଙ୍କୁ ଏହି ବୁଷ୍ଟର ଡୋଜ୍ ଦିଆଯିବ । ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେଶନ ଏଥିପାଇଁ ଅନୁମତି ପ୍ରଦାନ କରିଛି । ଗୁରୁବାର ରାତିରେ ସିଡିସି ନିର୍ଦ୍ଦେଶକ ଡା. ରୋଶେଲ ୱାଲେନସ୍କି କହିଛନ୍ତି କରୋନାକୁ ନେଇ ପରାମର୍ଶଦାତାଙ୍କର ଏକ ପ୍ୟାନେଲ ରୋଗପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦେବାକୁ ଅନୁମତି ପ୍ରଦାନ କରିଛି । ଏହି ଅନୁମତି ଆମେରିକା କେବଳ ସେହିମାନଙ୍କୁ ଦେଇଛି ଯେଉଁମାନେ ୬ ମାସ ପୂର୍ବରୁ ଭ୍ୟାକ୍ସିନର ଦୁଇଟି ଯାକ ଡୋଜ୍ ନେଇ ସାରିଥିବେ । କୁହାଯାଉଛି କି ଭ୍ୟାକ୍ସିନର ତୃତୀୟ ଡୋଜ ଫଳରେ ସେମାନଙ୍କର ଇମ୍ୟୁନିଟି ବୃଦ୍ଧି ହେବ ଯାହା ଫଳରେ ସେମାନେ କରୋନା ବିରୋଧରେ ଭଲ ଭାବେ ଲଢି ପାରିବେ ।

Share