ପୁଣି ଭାରତକୁ ଦୋଷ ଦେଲା ଆମେରିକା

ଓ୍ବାଶିଂଟନ୍‌,୨।୮: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଉଦ୍ୟମ ସମ୍ପର୍କରେ ଭାରତରେ ତଦନ୍ତ ଚାଲିଛି। ଭାରତକୁ ଏଜେଣ୍ଟ ମାଧ୍ୟମରେ ପନ୍ନୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଚାଲିଥିବା ଅନୁସନ୍ଧାନକୁ ନେଇ ଭାରତ ଉତ୍ତରଦାୟିତ୍ୱ ଆଶା କରୁଛି ବୋଲି ଆମେରିକା ପୁଣି ଥରେ ଦୋହରାଇଛି।
ବୈଦେଶିକ ମନ୍ତ୍ରଣାଳୟର ଉପମୁଖପାତ୍ର ବେଦାନ୍ତ ପଟେଲ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ସମୟରେ ପନ୍ନୁଙ୍କ ହତ୍ୟା ମାମଲା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା। ଏଥିପାଇଁ ସେ କହିଛନ୍ତି, ଆମେରିକାର ମାଟିରେ ଜଣେ ଆମେରିକୀୟ ନାଗରିକଙ୍କୁ ହତ୍ୟା କରିବାରେ ବିଫଳ ହୋଇଥିବା ଅଭିଯୋଗରେ ଆମେ ଭାରତୀୟ ସରକାରୀ କର୍ମଚାରୀଙ୍କଠାରୁ ଉତ୍ତରଦାୟିତ୍ୱ ଆଶା କରୁଛୁ।
ଏଥିସହିତ ଖବର ଆସୁଛି ଯେଳ କାନାଡାର ଗୁରୁପାତୱନ୍ତ ପନ୍ନୁଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି। ନ୍‌କାନାଡାରେ ପନ୍ନୁଙ୍କୁ ହତ୍ୟା କରିବାର ଆଉ ଏକ ଉଦ୍ୟମ ହୋଇଛି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଡେପୁଟି ମୁଖପାତ୍ର ବେଦାନ୍ତ କହିଛନ୍ତି, ମୁଁ ସେହି ପ୍ରସଙ୍ଗରେ ମନ୍ତବ୍ୟ ପାଇଁ ଆପଣଙ୍କୁ କାନାଡା ସରକାରଙ୍କ ନିକଟକୁ ପଠାଇବି।

Share